Odisha news

ମଦ ପିଇବା ମହଙ୍ଗା ପଡ଼ିଲା: ୧୮୯ ଖଣ୍ଡ ଚିକେନ ବରାଦ କରି ୧୬ ହଜାର ଟଙ୍କାର ବିଲ୍‌ ମୁଣ୍ଡାଇଲେ ରସିକ ପ୍ରେମିକ

0

ନୂଆଦିଲ୍ଲୀ: ଆପଣ ପୂର୍ବରୁ ଅନେକ ମଦ୍ୟପଙ୍କ କଥା ଶୁଣିଥିବେ। ହେଲେ ମଦ ପିଇ କେହି ୧୮୯ ଖଣ୍ଡ ଚିକେନ ଖାଇଥିବା କଥା ଶୁଣିଛନ୍ତି? ନିକଟରେ ଏପରି ଏକ ଆଶ୍ଚର୍ଯ୍ୟଜନକ କଥା ଘଟିଯାଇଛି। ଜଣେ ବ୍ୟକ୍ତି ମଦ୍ୟପାନ କରିବା ପରେ ହୋସ୍‌ ହରାଇ ଗୋଟାଏ ପରେ ଗୋଟାଏ ଏକ ରେଷ୍ଟୁରାଣ୍ଟ୍‌ରୁ ୧୮୯ ଖଣ୍ଡ ଚିକେନ ବରାଦ କରିବା ପରେ ଏବେ ଚର୍ଚ୍ଚାରେ ରହିଛନ୍ତି।

କାହାଣୀଟି ହେଉଛି ଜଣେ ବ୍ରିଟେନ୍‌ ବ୍ୟକ୍ତିଙ୍କର। ବ୍ୟକ୍ତି ଜଣକ ନିଜ ପ୍ରେମିକାଙ୍କ ଜନ୍ମଦିନ ମନାଇବା ପାଇଁ ଡୋମିନସ୍‌କୁ ଯାଇଥିଲେ। ସେଠାରେ ସେ ମଦ୍ୟପାନ କରି ଖାଇବା ବରାଦ କରି ଚାଲିଥିଲେ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ବ୍ୟକ୍ତିଙ୍କ ମୁଣ୍ଡରେ ନିଶା ପ୍ରବଳ ମାତ୍ରାରେ ଚଢ଼ିଯିବା କାରଣରୁ ସେ ସେଠାରେ ଗୋଟାଏ ପରେ ଗୋଟାଏ ଚିକେନ୍‌ ବରାଦ କରି ୧୮୯ ଖଣ୍ଡ ଚିକେନ ମଗାଇଥିଲେ।

ତାଙ୍କ ନାମ ଲି ରୁମ୍‌ନି। ସେ ମଗାଇଥିବା ଖାଦ୍ୟର ବିଲ୍‌ ହେଲା ୧୬ ହଜାର ଟଙ୍କା। ବ୍ୟକ୍ତି ଜଣକ ୧୨ ଘଣ୍ଟା ମଦପାନ କରିବା ପରେ ଏପରି ଘଟଣା ଘଟିଥିବା ସୂଚନା ରହିଛି।

Govt
Leave A Reply