Odisha news

ନର୍କ ଚତୁର୍ଦଶୀ ରେ କାହିଁକି ଯମଦେବ ଙ୍କୁ ଦୀପ ଅର୍ପଣ କରାଯାଇଥାଏ ? କଣ ରହିଛି ଏହାର ମହତ୍ୱ

0

ପ୍ରତିବର୍ଷ ଦୀପାବଳୀ ଅମାବାସ୍ୟା ର ପୂର୍ବ ଦିନକୁ ନରକ ଚତୁର୍ଦଶୀ ପାଳନ କରାଯାଇଥାଏ, ଏହିଦିନ ଟିର ହିନ୍ଦୁ ଧର୍ମରେ ବିଶେଷ ମହତ୍ୱ ରହିଛି, ଏହିଦିନ ଲୋକେ ଅଭ୍ୟଙ୍ଗ ସ୍ନାନ ଅର୍ଥାତ ତେଲ ମାଲିସ କରି ସ୍ନାନ କରନ୍ତି, ଘରର ଦକ୍ଷିଣ ଦିଗରେ ଯମଦେବ ଙ୍କୁ ଦୀପ ଦାନ କରି, ଯମଦେବଙ୍କୁ ଆରାଧନା କରିବା ଦ୍ୱାରା ଜୀବନରେ ପାପରୁ ମୁକ୍ତି ମିଳିଥାଏ l

ନରକ ଚତୁର୍ଦଶୀ ର ଅର୍ଥ ନର୍କ ରୁ ମୁକ୍ତିର ମାର୍ଗ, ପୌରାଣିକ କଥା ଅନୁସାରେ ଏହା ଯମରାଜ ଙ୍କ ପୂଜା ସହିତ ଜଡିତ l ଏହି ଦିନଟିକୁ ମଧ୍ୟ ଯମ ଚତୁର୍ଦଶୀ ବୋଲି କୁହାଯାଇଥାଏ l ଏହା କାର୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥିରେ ପାଳିତ ହୋଇଥାଏ l ଏହିଦିନ ଯମଙ୍କ କୃପା ଦ୍ୱାରା ମୃତ୍ୟୁ ରୁ ମୁକ୍ତି ମିଳିଥାଏ l

ଯମରାଜ ଙ୍କ ପୂଜା ସହିତ କଣ ରହିଛି ପୌରାଣିକ କଥା –
ଗରୁଡ଼ ପୁରାଣ ଅନୁସାରେ ଏକଦା ହଂସ ବତୀ ନଗରୀରେ ଜଣେ ରାଜା ଥିଲେ, ଯାହାଙ୍କ ନାମ ଥିଲା ରତି , ଯିଏକି ସଂଯୋଗ ବଶତଃ ଯମରାଜ ଙ୍କ ଦୂତ ଙ୍କୁ ଦେଖି ଡରିଗଲେ, ଏବଂ ରାତିରେ ସେ ସ୍ବପ୍ନ ରେ ଦେଖିଲେ ଯେ ସେ ଖୁବ ଶୀଘ୍ର ମୃତ୍ୟୁ ପ୍ରାପ୍ତ କରିବେ, କାହିଁକିନା ସେ ଅଜାଣତ ରେ ଅନେକ ପାପ କରିଛନ୍ତି, ଏହାପରେ ରାଜା ଭୟଭୀତ ହୋଇ ରୁଷି ଙ୍କୁ ଏହାର ଉପାୟ ପଚାରିଲେ, ଏବଂ ରୁଷି କହିଲେ ଯେ ଯଦି ସେ କାର୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥିରେ ତେଲ ଲଗାଇ ସ୍ନାନ ସାରି ଯମଦେବ ଙ୍କୁ ଦୀପ ଦେଲେ ପାପରୁ ମୁକ୍ତି ମିଳିଥାଏ l

ନରକ ଚତୁର୍ଦଶୀ ରେ ଅଭ୍ୟଙ୍ଗ ସ୍ନାନର କଣ ରହିଛି ମହତ୍ୱ –
ନର୍କ ଚତୁର୍ଦଶୀ ରେ ସକାଳୁ ତେଲ ଲଗାଇ ସ୍ନାନ କରିବା ଜରୁରୀ, ଏବଂ ହଳଦୀ ମଧ୍ୟ ଲଗାଇବା ଆବଶ୍ୟକ, ମାନ୍ୟତା ରହିଛି ଯେ ପାପର ନାଶ ହୋଇଥାଏ, ଏବଂ ଜୀବନ ସୁଖମୟ ହୋଇଥାଏ l  ଆଜିର ଦିନରେ ଘରର ଦକ୍ଷିଣ ଦିଗରେ ଯମଦେବ ଙ୍କୁ ଅଟାରେ ପ୍ରସ୍ତୁତ ତେଲ ଦୀପ ଅର୍ପଣ ହୁଏ l

* ଯମ ଦୀପ କାହିଁକି ଜଳା ଯାଇଥାଏ -:
* ଅକାଳ ମୃତ୍ୟୁ ଦୂର ହୁଏ – ନରକ ଚତୁର୍ଦଶୀ ରେ ଯମରାଜ ଙ୍କୁ ଅଟାରେ ଦୀପ ଟିଏ ପ୍ରସ୍ତୁତ କରି ଅର୍ପଣ କରିବା ଦ୍ୱାରା ମୃତ୍ୟୁ ର ଭୟ ଦୂର ହୋଇଥାଏ l

* ମାନ୍ୟତା ରହିଛି ଯେ ଆଜିର ଦିନରେ ଯଦି ବ୍ୟକ୍ତି ନାରାୟଣ ସେବା କରିଥାଏ ଏବଂ ଅନୁଷ୍ଠାନ କରିଥାଏ ତେବେ ନରକ କଷ୍ଟ ଦୂର ହୋଇଥାଏ l

* ପିତୃ ଦୋଷରୁ ନିବାରଣ ଆଜିର ଦିନରେ ପିତୃ ପୁରୁଷଙ୍କୁ ଦୀପ ଦାନ କରିବା ଜରୁରୀ ଅଟେ l ଏବଂ ଯମଦେବଙ୍କୁ ସୋରିଷ ତେଲରେ ପ୍ରସ୍ତୁତ ଦୀପ ଅର୍ପଣ କରନ୍ତୁ l

Leave A Reply