Odisha news

ଛତ୍ରପୁର ମେଡିକାଲ ପରିସରକୁ ଦମକଳ ବାହିନୀ ପକ୍ଷରୁ ଡିସ୍ ଇନଫେକସନ ଛିଞ୍ଚନ

0

ଛତ୍ରପୁର ୨୭/୩ ; ସାରା ବିଶ୍ୱରେ କରୋନା ଭୁତାଣୁ କାୟା ବିସ୍ତାର କରି ସମସ୍ତଙ୍କୁ ଭୟବୀତ କରି ଦେଇଥିବା ବେଳେ ଭାରତ ବର୍ଷରେ ଏହାର ପ୍ରଭାବ ବଢିବାରେ ଲାଗିଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର କରୋନା ଭୁତାଣୁ ରୁ ଦୂରେଇ ରହିବା ଓ ଲୋକମାନେ କିପରି ସୁରକ୍ଷିତ ରହିବେ ସେଥିନିମନ୍ତେ ଲକ ଡାଉନ ଘୋଷଣା କରିଛନ୍ତି । ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଅହରହ କାର୍ଯ୍ୟ କରିଆସୁଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ବ୍ରହ୍ମପୁର ଏସପି ପିନାକ ମିଶ୍ର,ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରାଏ,ଡିଆରଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଠାରୁ ଆରମ୍ଭ କରି ସମସ୍ତ ପ୍ରଶାସନିକ ଅଧିକାରୀ ଓ ପୋଲିସ୍ ପ୍ରଶାସନ ମିିଳିତ ସମନ୍ୱୟରେ ଲୋକ ମାନେ ଘରେ କିପରି ସୁରକ୍ଷିତ ରହିପାରିବେ ସେଥିନିମନ୍ତେ ବିଭିନ୍ନ କାର୍ଯ୍ୟ କରିବା ସହ ମୌଳିକ କାର୍ଯ୍ୟ ଗୁଡିକ କରୁଛନ୍ତି । ଏହା ସହ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ମଧ୍ୟ ଜାରି କରାଯାଇଛି । ସହରାଂଚଳରେ ଲୋକମାନେ କିପରି ଘରେ ରହି ଅତ୍ୟା ଆବଶ୍ୟକ ସାମଗ୍ରୀ ପାଇପାରିବେ ସେଥି ସକାଶେ ବିଭିନ୍ନ କାର୍ଯ୍ୟ କରାଯାଉଛି । ଲୋକେ କିପରି ଏହି ଭୁତାଣୁରୁ ରକ୍ଷା ପାଇପାରିବେ ସେଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ସହରର ବିଭିନ୍ନ ଛକ ଏବଂ ମେଡିକାଲ ଗୁଡିକରେ ଦମକଳ ବାହିନୀ ପକ୍ଷରୁ ଡିସ୍ ଇନଫେକସନ ଛିଞ୍ଚନ କରାଯାଇଛି । ଏହା ଦ୍ୱାରା ଲୋକମାନେ ଭୁତାଣୁ ସଂକ୍ରମଣ ଦାଉରୁ ରକ୍ଷା ପାଇପାରିବେ । ଜିଲ୍ଲା ପ୍ରଶାସନ ର ଏପରି କାର୍ଯ୍ୟକୁ ଛତ୍ରପୁର ଜନସାଧାରଣଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।

Leave A Reply