Odisha news

ଆସିକା ଏନ ଏ ସି ର କରୋନା ଚିନ୍ତା : ନିରାଶ୍ରୟ ଙ୍କୁ ଖାଦ୍ୟ ଓ ପ୍ରତିଶୋଧକ ପାଇଁ ସିଞ୍ଚନ ବ୍ୟବସ୍ଥା

0
ଆସିକା ,୨୭/୩: ଜନସାଧାରଣ ଙ୍କ ମଧ୍ୟରେ ସାମାଜିକ ସଂଘରୋଧ ସଚେତନତା ସହ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଲୋକଙ୍କୁ ନିଜ ବାସଭବନ ରେ ଯୋଗାଇବା ନେଇ ଆସିକା ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଶୁକ୍ରବାର ଦିନ ବିଭିନ୍ନ ପଦକ୍ଷେପ ନିଆଯାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ସୂଚନା ଦେଇଛନ୍ତି | ଆସିକା ବିଜ୍ଞାପିତ ଅଂଚଳ ପରିଷଦ ର ୧୮ ଟି ୱାର୍ଡ ରେ ଭ୍ରାମ୍ୟମାଣ ଗାଡି ଜରିଆରେ ଆଳୁ ୫ କେଜି ଓ ପିଆଜ କିଲେ ଯୋଗାଇବା ସ୍ଥାନକୁ ପହଂଚୁଥିବା ବ୍ୟକ୍ତିବିଶେଷଙ୍କୁ ସୁଲଭ ଦରରେ ଉକ୍ତ ସାମଗ୍ରୀ ଯୋଗାଇ ଦିଆଯାଉଛି | ସେହି ଭଳି ଏନ ଏ ସି ର ବିଭିନ୍ନ ଭତ୍ତା ପାଉଥିବା ହିତାଧିକାରୀ ଙ୍କୁ ୪ ମାସ ର ଭତ୍ତାକୁ କର୍ମଚାରୀ ମାନେ ଘରେ ଘରେ ପର୍ଯ୍ୟାୟ କ୍ରମେ ୪ ଦିନ ମଧ୍ୟରେ ବଣ୍ଟନ କରିବା ନିଷ୍ପତି ହୋଇଛି | ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମ ରେ ଆସିକା ଅଂଚଳର ୩୦ ଜଣ ନିରାଶ୍ରୟଙ୍କୁ ବିନା ମୂଲ୍ୟରେ ରନ୍ଧା ଖାଦ୍ୟ ଶୁକ୍ରବାର ଦିନ ପ୍ରଦାନ କରାଯାଇଥିଲା | ମହାମାରୀ କରୋନାର ମୁକାବିଲା କରିବା ପାଇଁ ସହରାଂଚଳର ସମସ୍ତ ବାସଗୃହକୁ ପ୍ରତିଶୋଧକ ପାଇଁ ସିଞ୍ଚନ ବ୍ୟବସ୍ଥା କରାଯାଉଥିବା ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି |

Leave A Reply