Odisha news

ଧାନ ବୋଝେଇ ଟ୍ରାକ୍ଟର ଭରସାମ୍ୟ ହରାଇ ଓଲଟିଲା, ଜଣେ ଶ୍ରମିକ ମୃତ, ଆଉ ଜଣେ ଶ୍ରମିକ ଙ୍କ ଆହତ

0
ଛତ୍ରପୁର, ୧୩ /୧ : ଧାନ ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟିଲା, ଯାହାଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଶ୍ରମିକ ଗୁରୁତର ଆହାତ ହୋଇ ବ୍ରହ୍ମପୁର ମେଡିକାଲ ରେ ଭର୍ତ୍ତି ଚିକିତ୍ସା ହେଉଛନ୍ତି, ମୃତ ଶ୍ରମିକ ଜଣକ ହେଲେ ସୁନ୍ଦରପୁର ଗ୍ରାମ ବାଲି ସାହିର ରାମ ନାୟକ ଏବଂ ଗୁରୁତର ଆହତ ଶ୍ରମିକ ଜଣକ ହେଲେ ବାଲି ସାହିର ସାଗର ନାୟକ ବୋଲି ସୁନ୍ଦରପୁର ଗ୍ରାମ ପଂଚାୟତ ର ସରପଞ୍ଚ ଗଗନ କୁମାର ବେହେରା ସୂଚନା ଦେଇଛନ୍ତି, ମିଳିଥିବା ସୂଚନା ଅନୁସାରେ ସୁନ୍ଦରପୁର ଗ୍ରାମ ରୁ  ଧାନ ବୋଝେଇ ହୋଇଥିବା ଏକ ଟ୍ରାକ୍ଟର  କରାପଲ୍ଲୀ ମିଲକୁ ଯାଉଥିବା ବେଳେ ବଳରାମ ପୁର ଓ କରାପଲ୍ଲୀ ମଝିରେ ରାସ୍ତାରେ ଭରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ ଖସିପଡ଼ିଥିଲା, ଯାହାଫଳ ରେ ଟ୍ରାକ୍ଟର ରେ ଥିବା ଦୁଇ ଜଣ ଶ୍ରମିକ ଟ୍ରାକ୍ଟର ତଳେ ଚାପି ହୋଇଯା ଇଥିଲା, ଏହା ଖବର ପାଇ ସରପଞ୍ଚ ଗଗନ କୁମାର ବେହେରା ଘଟଣା ସ୍ଥଳରେ ପହଁଚି ଅଂଚଳବାସୀ ଙ୍କ ସହଯୋଗ ରେ ଜେସିବି ଯୋଗେ ଦୁଇଜଣ ଶ୍ରମିକ ଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ବ୍ରହ୍ମପୁର ମେଡିକାଲ କୁ ପଠାଇଥିଲେ, ସେଠାରେ ଉପସ୍ଥିତ ଡାକ୍ତର ରାମ ନାୟକ ଙ୍କୁ ମୃତ ଘୋଷଣା କରିଥିଲେ
Govt
Leave A Reply