Odisha news

୫ ଦଫା ଦାବି ନେଇ କଳାବ୍ୟାଜ ପରିଧାନ କଲେ ଛତ୍ରପୁର ଉପକାରାଗାର କର୍ମଚାରୀ

0
ଛତ୍ରପୁର ୧୩/୯ : ୫ ଦଫା ଦାବି ନେଇ ଛତ୍ରପୁର ଉପକାରାଗାର କର୍ମଚାରୀ ମାନେ କଳା ବ୍ୟାଜପରିଧାନ କରିଛନ୍ତି । ୱାର୍ଡର ମାନଙ୍କ ଗ୍ରେଡ୍ ପେ ୧୯୦୦ ରୁ ୨୦୦୦ କୁ ବୃଦ୍ଧି କରିବା ଓ ମୁଖ୍ୟ କାରାରକ୍ôଷ ଙ୍କ ଗ୍ରେଡ ପେ ୨୦୦୦ ରୁ ୨୪୦୦ କୁ ବୃଦ୍ଧି କରିବା, ପୁରୁଣା ପଦୋନ୍ନତି ନିୟମ ୨୦୧୨ କୁ ପୁଣି ଲାଗୁ କରିବା, ଉପଖଣ୍ଡ ସ୍ତରୀୟ ବଦଳି ନିୟମକୁ କୋହଳ କରିବା, ଖାଦ୍ୟ ଭତ୍ତା ବାବଦକୁ ମିଳୁଥିବା ୪୦୦ ଟଙ୍କା କୁ ୧୪୦୦ ଟଙ୍କା କରିବା ଓ ୧୩ ମାସିଆ ଦରମା ବୃଦ୍ଧି କରିବା ଦାବି ନେଇ ସେମାନେ ଆଜି କଳା ବ୍ୟାଚ୍ ପରିଧାନ କରିଛନ୍ତି । ଏନେଇ ସେମାନେ ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ବିଭାଗୀୟ କର୍ମଚାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେମାନେ ଆଜି ବାଧ୍ୟ ହୋଇ କଳା ବ୍ୟାଜ୍ ପରିଧାନ କରିଥିବା ସେମାନେ କହିଛନ୍ତି । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସେମାନେ କଳା ବ୍ୟାଜ୍ ପରିଧାନ କରିବା ସହିତ ସେମାନଙ୍କ ଦାବି ପୂରଣ ନ ହେଲେ କାରାଗାର କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ଆମରଣ ଅନସନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି କଳା ବ୍ୟାଚ୍ ପରିଧାନ ବେଳେ ସଂଘର ସଭାପତି ଗୋପୀନାଥ ଜେନା, ସବିତା ମହାନ୍ତିଙ୍କ ସମେତ ବହୁ କର୍ମଚାରୀ ମାନେ ସାମିଲ ଥିଲେ ।
Leave A Reply