Odisha news

ଟାଟା ଷ୍ଟିଲ ଫାଉଣ୍ଡେସନ ପ୍ରୋଜେକ୍ଟ ତରଫରୁ ଶିଶୁ ସୁରକ୍ଷା କମିଟି ସେମିନାର ।

0
ଛତ୍ରପୁର,  ୭।୯: ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଶିଶୁ ସୁରକ୍ଷା କମିଟି ଗଠନ ପାଇଁ ଏକ ସେମିନାର ଆୟୋଜନ ହୋଇଯାଇଛି ।ଶିଶୁ ମାନଙ୍କର ଶାରିରୀକ, ମାନସିକ  ବିକାଶ, ବିଦ୍ୟାଳୟରେ ନିୟମିତ ଉପସ୍ଥାନ ପାଇଁ ଗୁରୁତ୍ବ, ବାଲ୍ଯ ବିବାହ ନିଷେଧ, ପଭୃତି ବିଷୟ ଉପରେ ଆଲୋଚନା କରାଯାଇଥିଲା ।
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟାଙ୍ଗଣା ପଲ୍ଲୀ ପଞ୍ଚାୟତ ସମିତି ସଭ୍ୟା ମୀନା କୁମାରୀ ସାହୁ,ପୂର୍ବତନ ସରପଞ୍ଚ କୁମାରୀ ପ୍ରଧାନ, ଗ୍ରାମ୍ଯ ସଭାପତି ଅମରେଶ୍ବର ସାହୁ, ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ନରହରି ପ୍ରଧାନ,ଉଆର୍ଡ ସଭ୍ଯ ଦୁର୍ଯ୍ଯୋଧନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଗ୍ରାମରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ କମିଟି ପାଇଁ ଏକ ବୈଠକ ଗୃହର ପ୍ରତିଷ୍ଠା ଓ ପ୍ରତି ମାସରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ପାଇଁ ପ୍ରସ୍ତାବ ରଖିଥିଲେ ।ଟାଟା ଫାଉଣ୍ଡେସନ ତରଫରୁ ନରସିଂହ ସାହୁ, ଏସ୍.ନାଗରାଜୁ ରେଡ୍ଡି, ରବିନ୍ଦ୍ର ନାଥ ପ୍ରଧାନ, ଲକ୍ଷ୍ମୀ ସେଠ୍ ଓ ବି.ପୂର୍ଣ୍ଣବାସି ରେଡ୍ଡି ଉପସ୍ଥିତ ରହି ଶିଶୁ ସୁରକ୍ଷା କମିଟି ‘ରିସ୍ତା’ଗଠନ ଉପରେ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରି ଥିଲେ ।ଏହି ବୈଠକରେ ଗ୍ରାମର ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏସ୍ ଏଚ୍ ଜି ସଭ୍ଯା ବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
Leave A Reply