Odisha news

ଭୁବନେଶ୍ୱରରେ ଆୟୋଜିତ ଏକାମ୍ର ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କଲେ ଜୟ ଗଣେଷ କଳା ବିକାଶ କେନ୍ଦ୍ର ର ନୃତ୍ୟଶିଳ୍ପୀ ମାନେ

0

ଛତ୍ରପୁର ୩/୬ : ଭୁବନେଶ୍ୱର ର ଓଡିଶୀ ରିସର୍ଚ୍ଚ ସେଣ୍ଟର ଠାରେ ଆୟୋଜିତ “ଏକାମ୍ର ମହୋତ୍ସବ ସୁରଭି” କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଛତ୍ରପୁର ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଜୟ ଗଣେଷ କଳା ବିକାଶ କେନ୍ଦ୍ର ର ନୃତ୍ୟଶିଳ୍ପୀ ମାନେ । ଜୟ ଗଣେଷ କଳା ବିକାଶ କେନ୍ଦ୍ର ର ଗୁରୁ ଅଳକା ସାହୁଙ୍କ ନେତୃତ୍ୱରେ ଅନୁଷ୍ଠାନର ୧୧ ଜଣ ନୃତ୍ୟ ଶିଳ୍ପୀ ଶିବ ପଂଚାକ୍ଷର ସ୍ତ୍ରୋତ୍ର ରେ ଓଡିଶୀ ନୃତ୍ୟ ପରିବେଷଣ କରି ବିଚାରକ ଏବଂ ଦର୍ଶକ ମାନଙ୍କୁ ଆକର୍ଷିତ କରିଥିଲେ । ଡଃ ପତାମ୍ବର ବିଶ୍ୱାଳଙ୍କ ଦ୍ୱାରା ଆୟୋଜିତ ଏହି ଏକାମ୍ର ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପଦ୍ମଶ୍ରୀ ଡଃ ଅରୁଣା ମହାନ୍ତି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହ ସମସ୍ତଙ୍କୁ ସମ୍ମାନିତ କରିଥିଲେ । ଏହି ନୃତ୍ୟରେ ଭାଗ ନେଇଥିବା ଛତ୍ରପୁରର ଜୟ ଗଣେଷ କଳା ବିକାଶ କେନ୍ଦ୍ର ର ଦେବୀ କୁମାରୀ ପ୍ରଧାନ, ଶିବାଙ୍ଗୀ ମହାରାଣା, ସ୍ମୃତି  ରେଖା ଶତପଥି, ଅଙ୍କିତା ରଥ, ଡି. ଲଳିତାଞ୍ଜଳୀ, ଆଶା ରାଣୀ ବିଶ୍ୱାଳ, ଛବିନା ଶୁଭଦର୍ଶିନୀ, ଶିଳ୍ପୀକା ମେହେର, ସାଗର ଦଳାଇ ଓ କେଷବ ବେହେରା ପ୍ରମୁଖ ଅଂଶ ଗ୍ରହନ କରି ନୃତ୍ୟ ପ୍ରଦଶ୭ନ କରିବା ସହ ସମ୍ମାନିତ ହୋଇଛନ୍ତି ।

Leave A Reply