Odisha news

ଛତ୍ରପୁର ବ୍ଲକର ୧୮ ଟି ପଂଚାୟତର ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ

0

ଛତ୍ରପୁର ୨୦/୨ : ଛତ୍ରପୁର ବ୍ଲକରେ ପଂଚାୟତ ନିର୍ବାଚନ ତୃତୀୟ ପର୍ଯ୍ୟାୟ ଭୋଟ ଶେଷ ହୋଇଛି । ବ୍ଲକର ୧୮ ଟି ପଂଚାୟତରେ ମୋଟ ୨୮୨ ଟି ବୁଥ୍ ରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ କାର୍ଯ୍ୟ ଶେଷ ହୋଇଛି । ୨୮୨ ଟି ବୁଥ୍ ମଧ୍ୟରୁ ୧୫ ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ୬ ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଥିଲେ ମଧ୍ୟ କୌଣସି ବୁଥ ରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା । ଆଜି ଛତ୍ରପୁର ବ୍ଲକର ୩ ଟି ଜିଲ୍ଲା ପରିଷଦ ସଭ୍ୟ, ୧୮ ଟି ସରପଂଚ ଓ ୧୮ ଟି ସମିତିସଭ୍ୟ ପଦବୀ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହୋଇଛି । ସକାଳ ୭ ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଏହି ୨୮୨ ଟି ବୁଥରେ ଭୋଟର ମାନେ ଅତି ଉତ୍ସାହର ସହିତ ମତଦାନ କରିଥିବା ଦେଖିବାକୁ ମିଳିଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଭୋଟ ବାକ୍ସ ଗୁଡିକ ସିଲ୍ ହେବା ପୂର୍ବରୁ ପ୍ରାର୍ଥୀ ମାନେ ଯାଂଚ କରିଥିଲେ । ମତଦାନ ଶେଷ ପରେ ପୋଲିଂ ପାର୍ଟି ମାନେ ଷ୍ଟ୍ରଙ୍ଗ ରୁମ ରେ ଭୋଟ ବାକ୍ସ ସବୁ ଦାଖଲ କରିଥିଲେ । କଡା ସୁରକ୍ଷା ବଳୟ ମଧ୍ୟରେ ଛତ୍ରପୁର ବ୍ଲକର ସମସ୍ତ ଭୋଟ ବାକ୍ସ ଗୁଡିକୁ ଛତ୍ରପୁର ଅନସ୍ଲୋ ଅନୁଷ୍ଠାନ ପରିସର କୁ ଅଣାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ଲକର କେଟିଏନପୁର ଠାରେ ଥିବା ବୁଥ୍ କୁ ପରିଦର୍ଶନ କରି ବୁଲି ସ୍ଥିତି ସମୀକ୍ଷା କରିଥିଲେ ।

Leave A Reply