Odisha news

ଅଜଣା ଯୁବକଙ୍କୁ ଅସହାୟ ଅବସ୍ଥାରେ ଉଦ୍ଧାର କଲେ କ୍ରୀଡା ଶିକ୍ଷକ ଓ କିଛି ସ୍ୱେଚ୍ଛାସେବୀ

ଛତ୍ରପୁର ୩/୭ : ଗଞ୍ଜାମ ଜିଲ୍ଲା ସଦର ମହକୁମା ସହରରେ ହାତରେ ସ୍କାଲୱିନ ଲାଗିଥିବା ଜଣେ ଅଜଣା ଯୁବକ ଅସହାୟ ଅବସ୍ଥାରେ ଘୁରି ବୁଲୁଥିବା ବେଳେ ସେହି ଅଂଚଳ ଦେଇ ଯାଉଥିବା ବ୍ୟକ୍ତି ମାନେ ଯୁବକ କୁ ଦେଖି କରୋନା ସନ୍ଦିଗ୍ଧ ହୋଇଥିବା ନେଇ ଭୟଭୀତ ହୋଇ ଯାଇଥିଲେ । ଶନିବାର ସହରର ସାନ ଆର୍ଯ୍ୟପଲ୍ଲୀ ବିଦ୍ୟାଳୟର କ୍ରୀଡା ଶିକ୍ଷକ କୃତିବାସ ନାୟକଙ୍କ ସମେତ କିଛି ସ୍ୱେଚ୍ଛାସେବୀ ଓ ଛତ୍ରପୁର ର ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣାଙ୍କ ସହ ଯୋଗରେ ଜୈନିକ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପକଣ୍ଠ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ସୁଚନା ଥାଉ କି, ଅଜଣା ଯୁବକ ଜଣକ ଛତ୍ରପୁର ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରାସ୍ତାରେ ପଡିଥିବା ଦେଖି ସାନ ଆର୍ଯ୍ୟପଲ୍ଲୀ ବିଦ୍ୟାଳୟର କ୍ରୀଡା ଶିକ୍ଷକ କୃତିବାସ ନାୟକ, ଶିବ ଶଙ୍କର ମହାନ୍ତି, ବଂଶିଧର ପ୍ରଧାନ, ଯୁବ ସାମ୍ବାଦିକ ତଥା ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ପ୍ରଶାନ୍ତ କୁମାର ମହାରଣା ଯୁବକ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ତେବେ ଉଦ୍ଧାର କରିଥିବା ସମାଜସେବୀ ଓ ଯୁବ ସାମ୍ବାଦିକଙ୍କ ଏହି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

Comments are closed.