ଛତ୍ରପୁର : ଛତ୍ରପୁର ଓକିଲସଂଘର କର୍ମକର୍ତ୍ତା ନିର୍ବାଚନ ଡିସେମ୍ବର ୧୨ ତାରିଖ ରେ ଅନୁଷ୍ଠିତ ହେବ । ନଭେମ୍ବର ୨୫ ତାରିଖ ତଥା ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିନରେ ୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀ ସିଏଚ୍. ସୂର୍ଯ୍ୟନାରାୟଣ ରେଡ୍ଡୀଙ୍କ ନିକଟରେ ଦାଖଲ କରିଛନ୍ତି । ଆଜି ସଂଘର ଉପସଭାପତି ପଦବୀ ନିମନ୍ତେ ସନ୍ତୋଷ କୁମାର ପଶୁପାଳକ ଏବଂ ଲାଇବ୍ରେରୀ ଏଣ୍ଡ ସେମିନାର ସମ୍ପାଦକ ନିମନ୍ତେ ଜିତେନ୍ କୁମାର ପାଢୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସହକାରୀ ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ସାହୁ ଓ ସଂଜୟ କୁମାର ବେହେରା ଦାୟିତ୍ୱ ତୁଲାଉଛନ୍ତି ।
ଓକିଲ ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ପ୍ରଥମ / ଦ୍ୱିତୀୟ ଦିନରରେ ମୋଟ ୧୦ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରୁ ସଭାପତି ନିମନ୍ତେ ପ୍ରଦୀପ କୁମାର ପାଢୀ, ବ୍ରଜ ମୋହନ ଆଚାର୍ଯ୍ୟ ଓ କେ.କମଳ ଲୋଚନ ଦାସ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସାଧାରଣ ସମ୍ପାଦକ ନିମନ୍ତେ ଏଲ.ଗୋପାଳ ରାଓ(ଗୋପୀ) ଓ ଏସ.ଶ୍ୟାମ କୁମାର ରାଓ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ସେହିପରି ଉପସଭାପତି ପଦବୀ ନିମନ୍ତେ ବାବୁ ନାହାକ , ଡମିନାଥ ସାହୁ ଓ ସନ୍ତୋଷ କୁମାର ପଶୁପାଳକ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଲାଇବ୍ରେରୀ ଏଣ୍ଡ ସେମିନାର ସମ୍ପାଦକ ନିମନ୍ତେ ସୁରେଶ କୁମାର ପଟ୍ଟନାୟକ ଓ ଜିତେନ୍ କୁମାର ପାଢୀ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ନଭେମ୍ବର ୨୬ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ, ୨୭ରେ ପ୍ରାର୍ଥୀପତ୍ର କାଏମ ଥିବା ତାଲିକା ଓ ୨୮ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ନିମନ୍ତେ ତାରିଖ ଧାର୍ଯ୍ୟ ରହିଛି ବୋଲି ସୂଚନା ମିଳିଛି । ଛତ୍ରପୁର ଓକିଲ ସଂଘର ୧୯୮ଜଣ ସଭ୍ୟ ରହିଥିବା ବେଳେ ସଂକ୍ରୀୟ ସଭ୍ୟ ତଥା ଭୋଟର ଭାବେ ୧୭୦ଜଣ ରହିଛନ୍ତି ବୋଲି ସହକାରୀ ନିର୍ବାଚନ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।