Odisha news

ଛତ୍ରପୁର ବ୍ଲକ୍ ଫଟୋ ଭୋଟର ତାଲିକା ସଂଶୋଧନ ପ୍ରସ୍ତୁତି ବୈଠକ

0

ଛତ୍ରପୁର,୨୪/୧୧: ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ଫଟୋ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ନିମନ୍ତେ ବୁଥ୍ ଲେବଲ ଅଫିସର ଓ ସୁପରଭାଇଜର ଏବଂ ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ ଏକ ବୈଠକ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଜିଲ୍ଲପାଳ ପ୍ରିୟ ରଞ୍ଜନ ପୃଷ୍ଟି ଯୋଗଦେଇ ସ୍ୱତନ୍ତ୍ର ଭୋଟର ତାଲିକା -୨୦୨୦ ସଂଶୋଧନ କାର୍ଯ୍ୟସୂଚୀ ନେଇ ଅବଗତ କରାଇବା ସହ ଭୋଟର ତାଲିକା ଯେଭଳି ନିର୍ଭୁଲ ଭାବେ ପ୍ରକାଶ ପାଇବ ଏହା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଆସନ୍ତା ୨୮,୨୯ ଓ ଡିସେମ୍ବର ୫ ଏବଂ ୬ତାରିଖକୁ ସ୍ୱତନ୍ତ୍ର ପ୍ରଚାର ଦିବସ ଭାବେ ଧାର୍ଯ୍ୟ କରାଯାଇଛି । ଏହି ୪ଦିନରେ ସମସ୍ତ ବିଏଲଓ ଏବଂ ସୁପରଭାଇଜନର ମାନେ ଭୋଟ ଗ୍ରହଣ କେନ୍ଦ୍ରମାନଙ୍କରେ ଉପସ୍ଥିତ ରହି ଜନସାଧାରଣଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରିବେ । ୨୦୨୧ ଜାନୁଆରୀ ୧ ସୁଦ୍ଧା ଯେଉଁ ମାନଙ୍କୁ ୧୮ବର୍ଷ ବୟସ ହୋଇଥିବ ସେମାନଙ୍କ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କରାଇ ପାରିବେ । ଯେଉଁ ମାନେ ସ୍ଥାନାନ୍ତର ହୋଇଥିବେ ଓ ଯାହାର ମୃତ୍ୟ ହୋଇସାରିଛି ସେମାନଙ୍କ ନାମ ତାଲିକାରୁ ବାଦ୍ ଦିଆଯିବ ବୋଲି କୁହାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ବ୍ଲକ୍ ଜିପିଇଓ ସହଦେବ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply