ଛତ୍ରପୁର ; ଆଜିଠୁ ଜିଲ୍ଲାରେ କୋଭିଡ ସପ୍ତାହ ପାଳନ ଆରମ୍ଭ ହୋଇଛି । ଏହା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଏହି ସପ୍ତାହର ପାଳନ ଆଭିମୁଖ୍ୟ ହେଲା କୋଭିଡ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବା ଓ ସମସ୍ତେ ଯେପରି ସତର୍କତା ଅବଲମ୍ବନ କରିବେ । ଏହାସହ ଜିଲାର ପ୍ରତ୍ୟେକ କାର୍ଯ୍ୟାଳୟ ଏବଂ ସହର ଓ ଗ୍ରାମାଞ୍ଚଳରେ କରୋନା ସପ୍ତାହ ପାଳନ ହେବା ସହ ଏହି ଅବସରରେ ପ୍ରଥମ ଦିନରେ ଶପଥ ପାଠ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଆଜି ଦିନ ୧୧.୩୦ରେ ଖୋଦ୍ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ଡିଆରଡିଏ କାର୍ଯ୍ୟାଳୟ ଏବଂ ଡୁଡା କାର୍ଯ୍ୟାଳୟ ର ସମସ୍ତ୍ର କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ଏହାସହ ଶପଥ ପାଠର ଲକ୍ଷ୍ୟକୁ କିପରୀ କାର୍ଯ୍ୟକାରୀ କରାଯିବ ସେଥି ନିମନ୍ତେ ପରାମର୍ଶ ଦେଇଥିଲେ ।
କରୋନା ଯୋଦ୍ଧାମାନଙ୍କୁ ପୁରା ସହଯୋଗ କରିବି ଓ ସମ୍ମାନ ଦେବି, କୋଭିଡ ଲଢେଇ ଆମ ସମସ୍ତଙ୍କ ଲଢେଇ,ଏଥିରେ ମୁଁ ବି ସାମିଲ ଅଛି । କୋଭିଡ ଯୋଦ୍ଧାଙ୍କ ତ୍ୟାଗି,ନିଷ୍ଠା ଓ ବଳିଦାନକୁ ମୁଁ ବ୍ୟର୍ଥ ହେବାକୁ ଦେବିନାହିଁ, ମୁଁ ନିଜେ ମାସ୍କ ବ୍ୟବାହର କରିବା ସହ ମୋ ପରିବାରରେ ସମସ୍ତ ମାସ୍କ ବ୍ୟବହାର କରିବାକୁ କହିବି ଏବଂ ଅନ୍ୟମାନଙ୍କୁ ମଧ୍ୟ ବ୍ୟବହାର କରିବାକୁ କହିବି, ସାମାଜିକ ଦୁରତା ନିୟମ ମାନିବି, ମୁଁ ଜିତିବି, ମୋ ଗଞ୍ଜାମ ଜିତିବ ଓ ମୋ ଓଡିଶା ଜିତିବ, କରୋନା ହାରିବ ଆମେ ଜିତିବୁ ବୋଲି ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ ଡିଆରଡିଏ ପିଡି ସିନେ୍ଦ ତତ୍ତାତ୍ରୟେ ଭାଉସାହେବ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଡିଆରଡିଏ ଏପିଡି (ପ୍ରଶାସକ) ଜ୍ୟୋତିଶଙ୍ଗର ରାୟ, ଏପିଡି (ଫାଇନାନ୍ସ) ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ଏପିଡି ( ରୁରାଲ ହାଉସିଂ) ସୈାମ୍ୟ ରଂଜନ ହୋତା, ସେକ୍ସନ ଅଫିସର ରଘୁନାଥ ବେହେରା, ଜଳ ଓ ପରିମଳ ଜିଲ୍ଲା ସଂଯୋଜକ ମହେଶ ତରାଇଙ୍କ ସମେତ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ସପ୍ତାହବ୍ୟାପୀ ସମସ୍ତ ଅଚଂଳରେ କୋଭିଡ ସଚେତନତା ରଥ ପରିଭ୍ରମଣ କରି ସଚେତନତା ବାର୍ତା ପ୍ରଚାର ଓ ପ୍ରସାର କରାଯିବ ।