Odisha news

ଗଞ୍ଜାମ ଜିଲ୍ଲାରେ ଜାତୀୟ କୃମି ନିରାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ

0

ଛତ୍ରପୁର  : ଆଜିଠୁ ଗଞ୍ଜାମ ଜିଲ୍ଲାରେ ଜାତୀୟ କୃମି ନିରାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । କୃମି ନିରାକରଣ ସପ୍ତାହ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଏକବର୍ଷରୁ ୧୯ ବର୍ଷ ବୟସର ପିଲାମାନଙ୍କୁ କୃମି ଔଷଧ ସେବନ ନିମନ୍ତେ ଦିଆଯିବ । ଜିଲ୍ଲାର ୮ ଲକ୍ଷ ୬୦ ହଜାର ପିଲାଙ୍କୁ କୃମି ଔଷଧ ପ୍ରଧାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨ ଲକ୍ଷ ୭୦ ହଦାର ୩୩୧ ସିରପ୍ ଏବଂ ୫ ଲକ୍ଷ ୮୮ ହଜାର ୪୭୦ କୃମି ବଟିକା ପ୍ରଦାନ କରାଯିବାର ଯୋଜନା ରହିଛି । ଏଥିଲାଗି ୭ ଲକ୍ଷ ୯୩ ହଜାର ୫୦୩ ଘରକୁ ଯାଇ ଆଶା ଓ ଅଙ୍ଗନବାଡି କର୍ମୀମାନେ ଔଷଧ ବାଣ୍ଟିବା କାର୍ଯ୍ୟକ୍ରମ ରହିଛି ।

ଆଜି ଛତ୍ରପୁର ବ୍ଲକ ଚମାଖଣ୍ଡି ପଞ୍ଚାୟତ ବଣବୁଲାପଲ୍ଲୀ ଗ୍ରାମରେ ଚାଲିଥିବା ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ପରିଦର୍ଶନ କରି ତଦାରଖ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବିପିଏମ୍ ସିମାଞ୍ଚଳ ପ୍ରଧାନ, ସୁପରଭାଇଜର, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ ।

 

Leave A Reply