Odisha news

କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରି ଥଇଥାନ କରିବା ନିମନ୍ତେ ଋଷିକୂଲ୍ୟା ରୟତ ମହାସଭା ର ଦାବୀ, ସୁରଖୁର ରେ ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବା ନିମନ୍ତେ ଜିଲ୍ଲାପ୍ରଶାସନ ଙ୍କ ସହ ଆଲୋଚନା

0
ଛତ୍ରପୁର, ୦୪/୦୧:  ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରି ଥଇଥାନ କରିବା ନିମନ୍ତେ ଋଷି କୂଲ୍ୟା ରୟତ ମହାସଭା ପକ୍ଷରୁ ଦାବୀ କରାଯାଇଛି,   ଏନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଶନିବାର ଜିଲ୍ଲାର ବହୁ ଚାଷୀ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଂଚି ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଙ୍କୁ ଭେଟି ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି,  ଏହା ସହିତ  ଏଫଏକ୍ୟୁ ମାନ ର କୋହଳ କରି ସୁରୁଖୁରୁରେ ପଞ୍ଜିକୃତ ସମସ୍ତ ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ନିମନ୍ତେ ସେମାନେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଙ୍କ ଉପସ୍ଥିତ ରେ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଙ୍କ ସହ ଆଲୋଚନା କରିଛନ୍ତି,    ଧାନ ପାଚିଲା କାଟିବା ସମୟରେ ଅଦିନିଆ ବର୍ଷ ଲଗାତର ଭାବେ ହେବା ଫଳରେ ଜମିରେ କଟା ହୋଇଥିବା ଧାନ ଫସଲ ନଷ୍ଟ ହେବା ସଂଗେ ଗଦା ହୋଇଥିବା ଧାନରେ ପାଣି ପଶି ଧାନ ଗମୁ ହୋଇ ନଷ୍ଟ ହୋଇଯାଇଛି । ଜିଲ୍ଲାର ପ୍ରାୟ ୪୦ ଭାଗ ଧାନ ଫସଲ ନଷ୍ଟ ହେବା ସଂଗେ ସଂଗେ ମୁଗ ବିରି, କଞ୍ଚା ଲଙ୍କା ଏବଂ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଗଲା । ଦୀର୍ଘ ୨୦ ବର୍ଷ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏତେ ପରିମାଣରେ କେବେହେଲେ କ୍ଷତି ହୋଇନଥୁଲା, ଯାହାକି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବା ସଂଗେ ସଂଗେ ବର୍ଷକର ଖାଦ୍ୟ ନଷ୍ଟ ହେଲା । ଏଣୁ  ଗଂଜାମ ଜିଲ୍ଲାକୁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଥଇଥାନ କରିବାକୁ ଦାବୀ, ରିଲିଫ୍ କୋର୍ଡ଼ ପରିବର୍ତ୍ତନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୫ ହଜାର ଟଙ୍କା ନଗୁତି ଖର୍ଚ୍ଚ ବାବଦକୁ ପ୍ରଦାନ କଲେ ଚାଷୀମାନେ ଥଇଥାନ ହୋଇ ଋଣମୁକ୍ତ ହେବେ ।
 ଅଦିନିଆ ବର୍ଷା ଲଗାତର ହେବା ଯୋଗୁଁ ପାଣି ଜମି ରହି ଅମଳ ଧାନ ଗମୁ ହୋଇଯାଇଛି । ଏଣୁ  ଏଫ ଏ କ୍ୟୁ  କୋହଳ କରି ଚାଷୀଙ୍କ ଆଦାୟ ଧାନ ସରକାରୀ ଦରରେ କିଣା ଯାଉ । ଚାଷୀମାନେ ଧାନ ଜମିରୁ ଧାନ ଛାଣି ଆଣି ରାତିଦିନ ଏକ କରି ଧାନ ଖଳାରେ ଶୁଖାଇଲେ । ଏଣୁ ଫସଲ ବୀମା ସହାୟତା ପାଇଁ ଆବେଦନ ସମୟ ଚାଲିଗଲା ପ୍ରାୟ ୮୦ ଭାଗ ଚାଷୀ ଫସଲ ବୀମା କରିଥିଲେ ସୁଦ୍ଧା ସହାୟତା ପାଇଁ କେବଳ ୨୦ ଭାଗ ଚାଷୀ ଅନ୍‌ଲାଇନ୍ ରେ ଆବେଦନ କରିପାରିଲେ, ପୁଣି ଚାଷୀମାନେ ଟୋଲ ଫ୍ରି ନମ୍ବର ବାରମ୍ବାର କରି ସୁଦ୍ଧା ନ ଲାଗିବାରୁ ଆବେଦନ କରିପାରିଲେ ନାହିଁ । ଏଣୁ କ୍ଷତିପୂରଣ ଦେବା ଭଳି ଫସଲବୀମା ସହାୟତା ଦେବାକୁ ଅଫ୍ ଲାଇନ୍‌ରେ ଆବେଦନ ପତ୍ର ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଉ । ରବିଫସଲ କରିବା ପାଇଁ ଚିନାବାଦାମ, ରାଶି, କୋଳଥ ଏବଂ ପନିପରିବା ବିହନ ଓ ଜୈବିକ ସାର ଔଷଧ ରିହାତି ରେ ଯୋଗାଇ ଦିଆଯାଉ । ଟାଟା କମ୍ପାନୀ ଜୋର ଜୁଲମ୍ ଭାବେ ଉଠାଜଳସେଚନ ପ୍ରକଳ୍ପ ଉପରେ ଅଧିକ ବିଦ୍ୟୁତ୍ କର ନେଇ ଚାଷୀଙ୍କୁ ଶୋଷଣ କରୁଛି । ଏଣୁ ଏହା ଦୁର୍ଦ୍ଦିନ ରେ ସମସ୍ତ ବିଦ୍ୟୁତ୍ କର ଛାଡ଼ କରିବା ସଂଗେ ସଂଗେ ରବି ଫସଲ କରିବା ନିମନ୍ତେ ସମସ୍ତ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମ ଯୁଦ୍ଧକାଳୀନ ଭିତ୍ତରେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ।
ଭାଗ ଚାଷୀମାନେ ହେଉଛି ପ୍ରକୃତ ଚାଷୀ । ଏଣୁ ସେମାନଙ୍କୁ ଫସଲ କ୍ଷତିପୂରଣ ଓ ବୀମା ଆଦି ସହାୟତା ପ୍ରଦାନ ସମେତ ଆନ୍ୟନ୍ୟ ବିଷୟରେ ଆଲୋଚନା କରାଯାଇଥିଲା, ଏହି ଦାବୀ ପତ୍ର ପ୍ରଦାନ ବେଳେ ଋଷି କୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ବିଜୟ ସ୍ୱାଇଁ, ଜୟଦେବ ଲେଙ୍କା ଙ୍କ ସମେତ ବହୁ ଚାଷୀ ଏବଂ ଚାଷୀ ନେତା ମାନେ ଉପସ୍ଥିତ ଥିଲେ
Nalco
Leave A Reply