ଛତ୍ରପୁର, ୨୦/୧୦: ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ସ୍ଥିତ ଶ୍ୟାମାକାଳୀ ଯୁବକ ସଂଘ ପ୍ରାଙ୍ଗଣରେ ଏଗାର ତମ ମା ଶ୍ୟାମାକାଳୀ ପୂଜା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଛି ।
ଶ୍ୟାମାକାଳୀ ପୂଜା ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଉତ୍ସବ, ଯାହା ଏବେ ବଡ଼ମାଧପୁରରେ ଏଗାର ତମ ବର୍ଷର ପାଦ ରଖିଛି। ଶୁଭ ଖୁଣ୍ଟି ସ୍ଥାପନ ପୂଜାର ପ୍ରାଥମିକ ଅଂଶ, ଯେଉଁଥିରେ ସ୍ଥାନୀୟ ଲୋକମାନେ ଏକତ୍ର ହୋଇ ଦେବୀଙ୍କ ପୂଜାର ଆରମ୍ଭ ଘୋଷଣା କରିଥାନ୍ତି। ଏହି ଉତ୍ସବ ବେଳେ ସ୍ଥାନୀୟ ବାସିନ୍ଦା ଓ ଶ୍ରଦ୍ଧାଳୁମାନେ ଭଗବତୀଙ୍କୁ ନିବେଦନ କରି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଥାନ୍ତି।
ପୂଜା ଉତ୍ସବ ଦିନଗୁଡ଼ିକରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଟକ, ସଂଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥାଏ, ଯାହାର ମାଧ୍ୟମରେ ସମାଜରେ ସଂସ୍କୃତିକ ଏକତା ବଢ଼ାଯାଏ।
ଏହି ଅବସରରେ ବାବା ନନ୍ଦକିଶୋର ମହନ୍ତ ମହାରାଜ ଙ୍କ ପୁରୋହିତ୍ୟରେ,କର୍ତ୍ତା ଅଭିରାମ ବାଡତ୍ୟା, ସଭାପତି ଏସ ଯୁଦ୍ଧିଷ୍ଠିର ରେଡୀ, ଶିବ ରଞ୍ଜନ ସାହୁ,ଟି କିଶୋର ରେଡି, ଦେବାଶିଷ ବେହେରା, ପଦ୍ମ ଲାଭ ସାହୁ, ମହେନ୍ଦ୍ର ଗୌଡ଼, ସୁଶାନ୍ତ ରେଡି, ଗଜେନ୍ଦ୍ର ରେଡି, ବନମାଳୀ ରେଡି,ରମେଶ ପାତ୍ର,ରଘୁନାଥ ବେହେରା, ରଞ୍ଜିତ ରାଉଳ, ତପନ ବାରିକ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ ଏବଂ ଏହି ପୂଜା କିପରି ସୂପରିଚଳିତ ହୋଇପାରିବ ସେଥିପାଇଁ ଶପଥ ନେଇଥିଲେ।