ରଣପୁର : ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ରେ ରଥ ନିର୍ମାଣ କାର୍ଯ୍ୟ ଅଳ୍ପ ସଂଖ୍ୟକ ମହାରଣା ସେବାୟତଙ୍କୁ ନେଇ କରୋନା କଟକଣା ଅନୁସାରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ସାନିଟାଇଜିଂ ବ୍ୟବହାର କରି ଇତ୍ୟାଦି ନିୟମ ଅନୁସାରେ ଦୀର୍ଘ ୧୦ଦିନ ହେଲା ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତେବେ ଶ୍ରୀକ୍ଷେତ୍ର ପୁରୀ ଭଳି ଏଠାରେ ଠାକୁରଙ୍କ ସମସ୍ତ ନିତୀକାନ୍ତି ଅନୁଷ୍ଠିତ ହୋଇଥାଏ । ମାଦଳା ପାଞ୍ଜି ଓ ସେଟେଲମେଣ୍ଟ ତଥ୍ୟ ଅନୁସାରେ ରଣପୁରର ତକôାଳୀନ ରାଜା ଉଧବ ନରେନ୍ଦ୍ର ୧୩୬୩ ମସିହାରେ ରଣପୁର ରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ ଏବଂ ୧୭୫୭ ମସିହାରେ ରାଜା ସାରଙ୍ଗଧର ନରେନ୍ଦ୍ର ରଣପୁର ରେ ୩ଟି ରଥ ନିର୍ମାଣ କରି ରଥ ଯାତ୍ରା ଆରମ୍ଭ କରିଥିଲେ ।
ସ୍କନ୍ଧ ପୁରାଣ ଅନୁସାରେ ରାଜା ଉଧବ ନରେନ୍ଦ୍ର ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ । ସେ ପ୍ରତିଦିନ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରି ଫେରିଲା ପରେ ଅନ୍ନ ଜଳ ସ୍ପର୍ଶ କରୁଥିଲେ । ତେବେ ଗୋଟିଏ ଦିନ ପ୍ରବଳ ବର୍ଷା ହେବାରୁ ମଲାଗୁଣୀ ନଦୀରେ ବନ୍ୟାଜଳ ବଢିଯିବାରୁ ରାଜା ଜଗନ୍ନାଥଙ୍କ ଦର୍ଶନରୁ ବଂଚିତ ହୋଇଥିଲେ । ତେଣୁ ବନ୍ୟା ଜଳ କମିବା ପରେ ରାଜା ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇ ପୁରୀର କଳ୍ପବଟ ମୁଳେ ଅଧିଆ ପଡି ଜଗନ୍ନାଥଙ୍କ କୃପା ଲାଭ କରିଥିଲେ ।
ତକôାଳୀନ ଗଜପତି ମହାରାଜା ପ୍ରତାପ ରୁଦ୍ର ଦେବଙ୍କୁ ସ୍ୱପ୍ନାଦେଶ ହେବାରୁ ସେ ମାଧବ ମୁର୍ତ୍ତିଙ୍କୁ ରଣପୁର ରାଜାଙ୍କୁ ପ୍ରଦାନ କରିଥିଲେ । ସେଠାରୁ ମାଧବ ମୁର୍ତ୍ତି ଆଣି ରଣପୁର ରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ସହ ପୁରୀର ସମସ୍ତ ନିତୀକାନ୍ତି ଅନୁସାରେ ଏଠାରେ ସମସ୍ତ ନିତୀକାନ୍ତି ଖଞ୍ଜା କରିଥିଲେ । ଐତିହାସିକ ସତ୍ୟବାଦୀ ବଳିୟାରସିଂ ଙ୍କ ମତ ଅନୁସାରେ ରଣପୁର ଜଗନ୍ନାଥ ମନ୍ଦିର ଓଡିଶାର ଦ୍ୱିତୀୟ ଜଗନ୍ନାଥ ମନ୍ଦିର । ଏଠାରେ ପୁରୀର ୧୬କଳାରୁ ଏକ କଳା ରହିଛି ଏବଂ ପୁରୀରେ ଥିବା ନରେନ୍ଦ୍ର ପୁଷ୍କରିଣୀ ରଣପୁର ରଜାଙ୍କ କିର୍ତ୍ତୀ ବୋଲି ଜଣାଯାଏ । ତେବେ ୨୫୦ ବର୍ଷରୁ ଉଦ୍ଧ୍ୱର୍ ବର୍ଷ ଧରି ପାଳିତ ହୋଇ ଆସୁଥିବା ରଥଯାତ୍ରା ଏହିବର୍ଷ କରୋନା କଟକଣା ପାଇଁ ରଥ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବା ଯୋଗୁଁ ଜନସାଧାରଣ ଓ ଜଗନ୍ନାଥ ପ୍ରେମୀଙ୍କ ମନରେ ଘୋର ଆଘାତ ପ୍ରଦାନ କରିଥିଲା । ଏ ନେଇ ରଣପୁର ପ୍ରେସ୍ କ୍ଲବ୍ ଓ ଲୋକ ପ୍ରତିନିଧି ଏବଂ ସ୍ଥାନୀୟ ବିଧାୟକ ଜିଲ୍ଲା ପ୍ରଶାସନକୁ ରଥ ନିର୍ମାଣ କରିବା ପାଇଁ ଅବଗତ କରିବା ପରେ ରଥ ନିର୍ମାଣ କାର୍ଯ୍ୟ କରୋନା ନିୟମ କଟକଣା ଅନୁସାରେ ଆଗେଇ ଚାଲିଥିବା ଜଣା ପଡିଛି ।