କୋଣାର୍କ : ଅଲିଭି ରିଡର ଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ଡିମିଣ୍ଡି ପିଟୁଥିବା ବେଳେ ଚନ୍ଦ୍ରଭଗା ସମୁଦ୍ର କୂଳ ରେ ପ୍ରତି ଦିନ କୌଣସି କାରଣ ବଶତଃ ବିରଳ ଅଲିଭି ରିଡର କଇଁଚ ମରି ପଡିଥିବାର ପରିଲକ୍ଷିତ ହେଉଛି ।ଯାହା ବୁଧବାର ଦିନ ଚନ୍ଦ୍ରଭାଗାର ବେଳାମାର୍ଗ ରେ ୩ଟି ବିରଳ ଅଲଭି ରିଡର କଇଁଚ ମରିପଡିଥିଲା । ବାରମ୍ବାର ନିର୍ଦ୍ଦେଶ ସ୍ୱତେ ଚନ୍ଦ୍ରଭାଗା ସମୁଦ୍ର ର ନିସିଦ୍ଧା ଅଞ୍ଚଳରେ ଅବାଧରେ ଟ୍ରଲର ଓ ମାଛଧରା ଵୋଟ ଅନାୟସରେ ଚାଲିବା ଦ୍ବାରା ବିରଳ ଡ଼ଲଫିନ ସହ ଅଲିଭି ରିଡର କଇଁଚ ଆଘାତ ପ୍ରାପ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି ।ଜିଲ୍ଲା ମଚ୍ୟ ବିଭାଗ ଓ ବନ ବିଭାଗର ସୁରକ୍ଷା ଢ଼ିଲା ପଣ ଯୋଗୁଁ ଏଭଳି ଅଘଟଣ ହେଉଥିବା ଅଭିଯୋଗ ହେଉଛି । ଯାହା ଖୁବ କମ ଦିନ ରେ ଏହି ପ୍ରଜାତିର ବିରଳ ବଂଶ ଲୋପ ପାଇବାର ଆଶଙ୍କା ସୃଷ୍ଟି ହୋଇଛି ।ଯାହାକୁ ନେଇ ପରିବେଶ ବିତ ମାନଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଛି । ତେଣୁ ପୁରୀ ଜିଲ୍ଲାପାଳ ଏ ଦିଗ ପ୍ରତି ଦୁଷ୍ଟି ଦେଇ ନିସିଦ୍ଧା ଅଞ୍ଚଳରେ ଟ୍ରଲର ଓ ମାଛ ଧରା ବୋଟ ଚଳାଚର ଉପରେ ରୋକ ଲଗାଇବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଦାବି ପ୍ରକାଶ ପାଇଛି ।