Odisha news

ଦ୍ନିତୀୟ ଦିନ ସୁଧା ବଡଚଣାରେ ୨୪୪ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ବଡଚଣା ବ୍ଳକରେ ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନ ପରିପେଖିରେ ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିନସୁଧା ୨୪୪ ଜଣ ବିଭିନ୍ନ କେନ୍ଦ୍ରରେ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି!ସେଥି ମଧ୍ୟରୁ ୧୯ ଜଣ ସରପଞ୍ଚ,୬ ଜଣ ସମିତିସଭ୍ୟ/ସଭ୍ୟା ଓ ୨୧୯ ଜଣ ଉଆଡ ସଭ୍ୟ/ସଭ୍ୟା ରହିଛନ୍ତି!ଆସନ୍ତା ଫେବୃଆରୀ ୧୮ ତାରିଖ ଦିନ ଏଠାରେ ମତଦାନ କରାଯିବ! ଉକ୍ତ ବ୍ଳକର ୪୩ ପଞ୍ଚାୟତରେ,୪୩ ସରପଞ୍ଚ,୪୩ ସମିତିସଭ୍ୟ/ସଭ୍ୟା ଓ ୬୩୬ ଉଆଡ ମେମ୍ବରଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ! ମୋଟ ୧ ଲକ୍ଷ ୬୧ ହଜାର ୨ ଶହ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ଥ କରି ପ୍ରତିନିଧି ବାଛିଵେ ! ତେବେ ଏହି ନିର୍ବାଚନରେ ସରପଞ୍ଚ ,ସମିତିସଭ୍ୟ/ସଭ୍ୟା ଓ ଉଆଡ ମେମ୍ବର ମାନେ କୌଣସି ଦଳୀୟ ସଙ୍କେତରେ ନିର୍ବାଚନ ଲଢୁନଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ କିନ୍ତୁ ସେମାନଙ୍କ ପଛରେ ଦଳୀୟ ପ୍ରାର୍ଥୀର ମୋହର ରହିଛି ! ଅଲିଖିତ ଭାବେ ପ୍ରତିଦ୍ୱନ୍ଦୀ ମାନଙ୍କୁ ବିଭିନ୍ନ ଦଳର ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରାଯାଉଛି ! ଯାହାକୁ ନେଇ ବିଶେଷକରି ଶାସକ ଦଳରେ ତିବ୍ର ମତାନ୍ତର ସୃଷ୍ଟି ହେବା ସାଙ୍ଗକୁ ଏହି ଦଳରୁ ବହୁ ସଖ୍ୟକ ବିଦ୍ରୋହୀ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରୁଥିବା ଦେଖାଯାଉଛି
Govt
Leave A Reply