Odisha news

ହୃଦଘାତରେ ଚଣ୍ଡିଖୋଲର ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ

0
ଚଣ୍ଡିଖୋଲ,୧୧/୦୧(ସବ୍ୟୁ)ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବଜାରର ଯୁବ ବ୍ୟବସାୟୀ ତଥା ଜଣେ ମେଳାପୀ ଓ ପରୋପକାରୀ ଯୁବକ ଉମେଶଚନ୍ଦ୍ର ରାଉତ (ରାଜୁ)ଙ୍କର ହୃଦଘାତରେ ମାତ୍ର ୪୨ ବର୍ଷରେ ଅକାଳ ବିୟୋଗ ଘଟିଛି! ତାଙ୍କ ସ୍ୱାସ୍ଥ୍ୟ ସାମାନ୍ୟ ଦୁର୍ବଳ ଥିବାରୁ ସେ ଗତ କିଛିଦିନ ହେବ ଚିକିତ୍ସିତ ହେଉଥିଲେ ଓ ଏବେ ସୁସ୍ଥ ଥିଲେ ! ଆଜି ସକାଳୁ ନିଜ କର୍ମ ଭୁମି ଚଣ୍ଡିଖୋଲ ବଜାରକୁ ଆସିବାକୁ ବାହାରୁଥିଲା ବେଳେ ସୁଙ୍ଗୁଡା ଗ୍ରାମରେ ତାଙ୍କ ନିଜ ଘରେ ହୃଦଘାତ ହୋଇଥିଲା ଓ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା!ଏହି ଖବର ପ୍ରଚାର ହେବାପରେ ଚଣ୍ଡିଖୋଲ ବଜାର ସମେତ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଥିଲା! ଶତାଧିକ ଶୁଭେଚ୍ଛୁ ଓ ସାଙ୍ଗ ସାଥୀ ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ! ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମଶାନରେ ସତ୍କାର କରାଯାଇଥିଲା!
Leave A Reply