ଚଣ୍ଡିଖୋଲ,୪ା୧୦ : ଜେନାପୁର ପୁଲିସ ପାହାଡ଼ ଡ଼୍ରିଲିଙ୍ଗିଂରେ ଶ୍ରମିକ ମୃତ୍ୟୁ ଘଟଣାରେ ଜଣେ ଖାଦାନ ମାଲିକଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଗିରଫ ମାଲିକ ଜଣକ ହେଲେ ଏଣ୍ଡଳବା ପଂଚାୟତ ଅଧିନ ରାଧାକାନ୍ତପୁର ଗ୍ରାମର ଅନାମ ପ୍ରଧାନଙ୍କ ପୁଅ ଅଂଚଳ ପ୍ରଧାନବୋଲି ଜଣାପଡ଼ିଛି ।
ପୁଲିସ କହିବା ମୁତାବକ ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ବେଆଇନ ପଥର ଖାଦାନରେ ଗତ ୨୬ ତାରିଖରେ ଅଞ୍ଜିରା ପଂଚାୟତ ଅଧିନ ଗହ୍ମାରିଆ ଗ୍ରାମର ମଦନ ବାର୍ଲା ଓ ବଡ଼ଚଣା ଅଂଚଳର ହିମାଂଶୁ ମଲିକ ସେ ତାଙ୍କ ମାଉସୀ ଘର ବିଛାଖଣ୍ଡିରେ ରହୁଥିଲେ ।
ମଦନ ଓ ହିମାଂଶୁ ଉଭୟ ତଳେ ରହି ଖଦାନରେ ଡ଼୍ରିଲିଙ୍ଗିଂ କରୁଥିବା ସମୟରେ ଉପରୁ ପଥର ଖସି ତାଙ୍କ ଉପରେ ପଡ଼ିଥିଲା । ଉଭୟ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଚିକିସôା ଚାଲିଥିବା ବେଳେ ମଦନ ବାର୍ଲାଙ୍କର ମୃତ୍ୟୁ ଘଟିଥିଲା । ଖାଦାନ ମାଲିକ ଅଂଚଳ ପ୍ରଧାନ ଗୁରୁତର ହିମାଂଶୁ ପାଖରେ ଥିବା ବେଳେ କମ୍ପ୍ରେସର ମାଲିକ ଢ଼େଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ଅଧିନ ନିତ୍ୟାନନ୍ଦପୁର ଗ୍ରାମର ଷଣ୍ଢ ବାରିକ ମେଡ଼ିକାଲରୁ ମୃତ ମଦନକୁ ଆଣି ସ୍ଥାନୀୟ କାଜୁ ଜଙ୍ଗଲରେ ମୃତକଙ୍କ ପୁଅ ଉପସ୍ଥିତିରେ ପୋଡ଼ିଦେଇଥିବାର ପୁଲିସ ଜାଣିବାକୁ ପାଇଥିଲା ।
ପ୍ରମାଣ ଲୁଚାଇବା ପାଇଁ ଖାଦାନ ମାଲିକ କାହାକୁ କିଛି ନ ଜଣାଇ ଶବକୁ ନଷ୍ଟ କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିବା ପରେ ଜେନାପୁର ଥାନାଧିକାରୀ ଆଶିଷ କୁମାର ସାହୁ ଉଭୟଙ୍କ ନାମରେ ଭାରତୀୟ ପିଙ୍ଗଳ କୋର୍ଟ ଧାରା ୨୮୭,୩୩୬,୩୩୭,୩୦୫(କ)୫୦୧,୧୭୬,୩୭୯,୫୧୧ ଓ ୩୪ରେ ୩୧୮/୨୦ରେ ମୋକଦ୍ଧମା ରୁଜୁ କରି ବେଆଇନ ଖାଦାନ ମାଲିକ ଅଂଚଳ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ କମ୍ପ୍ରେସର ମାଲିକ ଫେରାର ଅଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁରହିଥିବା ଘଟଣାର ସଂପୃକ୍ତ ଅନ୍ୟ ସହ ଯୋଗୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।