Odisha news

ରେଙ୍ଗାଳି କେନାଲ ପାଇଁ ଜମି ହରାଙ୍କୁ ପ୍ରାପ୍ୟ ମିଳୁନି

0

ଚଣ୍ଡିଖୋଲ,୨୬.୯ : ଯାଜପୁର ଜିଲାର ଦର୍ପଣ ତହସିଲ ଅନ୍ତର୍ଗତ ସମିଆଁ ପଂଚାୟତ ଦେଇ ରେଙ୍ଗାଲି ଦକ୍ଷିଣ କେନାଲ ପ୍ରକଳ୍ପ କାର୍ଯ୍ୟ ଆରମ୍ବ ହୋଇଛି । ଏଥି ନେଇ ଜମିଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଜାରୀ ରହିଛି । କିନ୍ତୁ କେନାଲ ପାଇଁ ମୂଲ୍ୟବାନ ·ଷଜମିକୁ ହରାଇଥିବା ·ଷୀଙ୍କୁ ନିଜ ଜମି ମୁଲ୍ୟ ଅଦ୍ୟବଧି ମିଳିନାରି ନାହିଁ । ଯାହାକୁ ନେଇ ·ଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସମିଆଁ ପଂଚାୟତର ୭୦ରୁ ଉଦ୍ଧ୍ୱର୍ ଜମିହରାଇଥିବା ·ଷୀ ସେମାନଙ୍କର ଅର୍ଥ ପାଇନଥିବା ଜଣାପଡ଼ିଛି । ଏହାସହ ଜମିହରାଇଥିବା ·ଷୀମାନଙ୍କର ଅନ୍ୟାନ ସମସ୍ୟାକୁ ନେଇ ଏକ କମିଟି ମାଧ୍ୟମରେ ସରକାରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।

ପ୍ରକଳ୍ପପାଇଁ ସମିଆଁ ପଂଚାୟତର ବହୁ ·ଷୀ ପ୍ରକଳ୍ପକୁ ସମର୍ଥନ ଦେବାସହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସହଯୋଗ କରୁଛନ୍ତି । କିନ୍ତୁ କିଛି ମୃଷ୍ଟିମେୟ ଅଣ·ଷୀ ଏହି ପ୍ରକଳ୍ପକୁ ବିରୋଧ କରିବାସହ ଜମିହରାଇଥିବା ·ଷୀଙ୍କ ଅର୍ଥ ପାଇବାରେ ଅନ୍ତରାୟ ସୃଷ୍ଟି କରୁଛନ୍ତି । ଅପରପକ୍ଷରେ ଏହି ପ୍ରକଳ୍ପ ପାଇଁ ଅନ୍ୟପଂଚାୟତର ଜମିହରାଇଥିବା ·ଷୀ ସମସ୍ତ ଅର୍ଥ ପାଇସାରିଛନ୍ତି । ଏହି ପଂଚାୟତର ଜମିହରାଇଥିବା ·ଷୀ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଯାଇଥିଲେ ମଧ୍ୟ ଅର୍ଥ ପାଇପାରୁନାହାନ୍ତି । ଯାହାକୁ ନେଇ ·ଷୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଯଥାଶିଗ୍ର ଜମି ହରାଇଥିବା ଚାଷୀମାନଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ ପାଇଁ ଦାବୀ ହୋଇଛି ।

Leave A Reply