Odisha news

ବଡଚଣା ପୂର୍ତ୍ତ ଉପଖଣ୍ଡରେ ଦୁର୍ନୀତି ସୀମା ଟପିଛି : ଯନ୍ତ୍ରୀ-ଠିକାଦାର ମଧୁଚନ୍ଦ୍ରିକା , ୧୨ କୋଟି ୮୦ ଲକ୍ଷର ରାସ୍ତା,ବାର ମାସରେ ନଷ୍ଟ 

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ବଡଚଣା ପୂର୍ତ୍ତ ଉପଖଣ୍ଡରେ ଏବେ ଦୁର୍ନୀତି ସୀମାଟପିଛି! ନିର୍ମାଣ କାର୍ଯ୍ୟରେ ଆଖିବୁଯା ଦୁର୍ନୀତି ହେଉଥିବାରୁ ଖୁବ ଅଳ୍ପଦିନ ତଳେ କୋଟି କୋଟି ଟଙ୍କା ବ୍ୟୟରେ ହୋଇଥିବା ରାସ୍ତା ଘାଟ ନଷ୍ଟ ହୋଇଯାଉଛି! ଅଳ୍ପଦିନ ତଳେ ନିର୍ମାଣ ଓ ମରାମତି ହୋଇଥିବା ଏହି ଉପଖଣ୍ଡର ବଡଚଣା ଠାରୁ ବାଲିଚନ୍ଦ୍ରପୁର ରାସ୍ତା ଏବେ ନଷ୍ଟ ହୋଇଯାଇଛି! ସେହିପରି ବନ୍ଦାଳ ଠାରୁ ଏଣ୍ଡରପଦାକୁ ଯାଇଥିବା ରାସ୍ତାର ନିର୍ମାଣକାମ ଚାଲିଥିଲା ବେଳେ ପ୍ରଥମରୁ ଶେଷ ହୋଇଥିବା ରାସ୍ତାର ଗୋଟିଏ ପଟ ଏବେ ନଷ୍ଟ ହେବାରେ ଲାଗିଛି! ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି,୧୨ କୋଟି ୮୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଗତ ତେରମାସ ତଳେ ନିର୍ମାଣ ଶେଷ ହୋଇଥିବା ବାଲିଚନ୍ଦ୍ରପୁର ଠାରୁ ବେଣିପୁର ରାସ୍ତା ଏବେ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି! ଏତେ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ରାସ୍ତା କିପରି ଓ କେଉଁ କାରଣ ପାଇଁ ଏତେଶିଘ୍ର ନଷ୍ଟ ହୋଇଯାଉଛି ଆଉ କେଉଁଥି ପାଇଁ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଚୁପହୋଇ ବସିଛନ୍ତି ତାହା ସାଧାରଣରେ ପ୍ରଶ୍ନ ହେଉଛି! ରାସ୍ତା ନିର୍ମାଣ ପାଇଁ ଠିକାଦାର ନିଯୁକ୍ତି ହେଉଥିଲା ବେଳେ ନିର୍ମାଣ କାର୍ଯ୍ୟର ତଦାରଖ ଓ ତାହାର ମାନ ନିରୀକ୍ଷଣ ପାଇଁ ବିଭାଗୀୟ ଯନ୍ତ୍ରୀମାନେ ନିଯୁକ୍ତ ହୋଇଥାନ୍ତି! ତେବେ ବଡଚଣା ପୂର୍ତ୍ତ ଉପଖଣ୍ଡ ଅଧିନରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ଶେଷ ହେଉଥିବା ରାସ୍ତା ଗୁଡିକ ଖୁବକମ୍ ଦିନ ମଧ୍ୟରେ କାହିଁକି ନଷ୍ଟ ହେଉଛି ଓ ସେଥିପାଇଁ କିଏ ଦାୟୀ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ଚୁପହୋଇ ବସିଛନ୍ତି! କେଉଁ କାରଣରୁ ଏହା ଉପରେ ବିଭାଗୀୟ ଅନୁଧ୍ୟାନ ଓ କାର୍ଯ୍ୟାନୁଷ୍ଠାନ ହେଉନାହିଁ ତାହା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି! ଚାରବାଟିଆ ପୂର୍ତ୍ତ ଡିଭିଜନର ବଡଚଣା ଉପଖଣ୍ଡ ଅଧିନରେ ରହିଛି ବାଲିଚନ୍ଦ୍ରପୁର-ବେଣିପୁର ରାସ୍ତା! ୧୧ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତାକୁ ଦୁଇଭାଗରେ ବିଭକ୍ତ କରାଯାଇଛି!ବାଲିଚନ୍ଦ୍ରପୁର ଠାରୁ କଳାଶ୍ରୀ ପର୍ଯ୍ୟନ୍ତ ୫.୫ କିମି ରାସ୍ତାକୁ ଗୋଟିଏ ଭାଗକରି ତାହାର ନିର୍ମାଣ ପାଇଁ ୯ କୋଟି ୯୭ଲକ୍ଷ ଟଙ୍କା ମଞ୍ଜୁର ହୋଇ ରାସ୍ତାକାମ କରାଯାଇଛି ! ସେହିପରି କଳାଶ୍ରୀ ଠାରୁ ବେଣିପୁର ପର୍ଯ୍ୟନ୍ତ ଅବଶିଷ୍ଟ ୫.୫ କିମି ରାସ୍ତାକୁ ଅନ୍ୟଏକ ଭାଗରେ ବିଭକ୍ତ କରି ତାହାର ନିର୍ମାଣ ପାଇଁ ୧୨ କୋଟି ୮୦ ଲକ୍ଷ ମଞ୍ଜୁର କରାଯାଇ ରାସ୍ତାର ନିର୍ମାଣ କାର୍ଯ୍ୟ କରାଯାଇଛି! ବିଭାଗୀୟ ସୂଚନା ଅନୁଯାୟୀ ବାଲିଚନ୍ଦ୍ରପୁର ଠାରୁ କଳାଶ୍ରୀ ଅଂଶ ପାଇଁ ୨୦୨୧ ନଭେମ୍ବର ମାସରେ ଟେଣ୍ଡର ହୋଇଥିଲା!ସେହିପରି କଳାଶ୍ରୀ ଠାରୁ ବେଣିପୁର ପର୍ଯ୍ୟନ୍ତ ଅଂଶର ନିର୍ମାଣ ପାଇଁ ୨୦୨୨ ମାର୍ଚ୍ଚ ମାସରେ ଟେଣ୍ଡର ହୋଇଥିଲା ଓ ୨୦୨୩ ଜୁନ ମାସରେ କାମ ଶେଷ ହୋଇଥିଲା! ତେବେ ପରିତାପର ବିଷୟ ପାଖାପାଖି ୧୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ୫.୫ କିମି ରାସ୍ତା ମାତ୍ର ବାରମାସ ମଧ୍ୟରେ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି! ଏହାର ବର୍ଷକ ପୂର୍ବରୁ ନିର୍ମାଣ ଶେଷ ହୋଇଥିବା ବାଲିଚନ୍ଦ୍ରପୁର-କଳାଶ୍ରୀ ପର୍ଯ୍ୟନ୍ତ ରାସ୍ତା ଠିକ ଥିବା ଦେଖାଯାଇଥିଲା ବେଳେ ଏତେ କମ ସମୟ ମଧ୍ୟରେ କଳାଶ୍ରୀ ଠାରୁ ବେଣିପୁର ପର୍ଯ୍ୟନ୍ତ ରାସ୍ତା କାହିଁକି ନଷ୍ଟ ହୋଇଗଲା ତାହା ସାଧାରଣରେ ପ୍ରଶ୍ନ ହୋଇଛି! ଏହି ରାସ୍ତା ନିର୍ମାଣ ପାଇଁ ନିଯୁକ୍ତ ଠିକାଦାର ଓ ସେହି ନିର୍ମାଣ କାର୍ଯ୍ୟର ତଦାରଖରେ ନିଯୁକ୍ତ ଯନ୍ତ୍ରୀଙ୍କ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା ଓ ପ୍ରିୟାପ୍ରିତି ଯୋଗୁଁ ଏପରି ସ୍ତିତି ଦେଖାଦେଇଥିବା ଆଲୋଚନା ହେଉଛି! ନିମ୍ମ ମାନର ନିର୍ମାଣ କାର୍ଯ୍ୟ ସହିତ ନିର୍ମାଣ କାମରେ ଅତି ନିମ୍ନମାନର କଞ୍ଚାମାଲ ବ୍ୟବହାର ହେବା ଫଳରେ ଏତେ କମ ଦିନ ମଧ୍ୟରେ ରାସ୍ତାରୁ ପିଚୁ ଉଠିଯିବା ସହିତ ରାସ୍ତାସାରା ବଡବଡ ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଛି! ରାସ୍ତା ନିର୍ମାଣ ସମୟରେ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ଲୋକେ ଅନେକ ଥର କାମ ବନ୍ଦକରି ତଦନ୍ତ ଦାବି କରିଥିଲେ! ଘଟଣା ସ୍ତଳରେ ବିଭାଗୀୟ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାଇ ନିୟମ ଅନୁଯାଇ କାର୍ଯ୍ୟ ହେବ ବୋଲି ପ୍ରତିସୃତି ଦୈଇଥିଲେ ମଧ୍ୟ ତାହା ବାସ୍ତବରେ ପ୍ରତିଫଳିତ ନହେବା ଓ ବିଭାଗୀୟ ଯନ୍ସୀ ମାନଙ୍କ ଚରମ ଅବହେଳା ପାଇଁ ଏତେ କମ ଦିନ ମଧ୍ୟରେ ଏହି ରାସ୍ତା ନଷ୍ଟ ହୋଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି! ରାସ୍ତା ନଷ୍ଟହୋଇ ଯାଇଥିବାରୁ ଏବେ ଲୋକମାନଙ୍କ ଯାତାୟାତରେ ଘୋର ସମସ୍ୟା ଦେଖାଦେଇଛି! ଦୈନିକ ରାସ୍ତାର ଖାଲଖମାରେ ପଡି ବହୁଲୋକ ଦୁର୍ଘଟଣାଗ୍ରସ୍ତ ହେବା ସାଙ୍ଗକୁ ଆହତ ହେଉଛନ୍ତି!ବିଭିନ୍ନ କାର୍ଯ୍ୟରେ ପୂର୍ବରୁ ହୋଇ ଆସିଥିବା ଦୁର୍ନୀତିକୁ କୌଣସି ମତେ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ରାଜ୍ୟ ସରକାର କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି! ଯାହାକୁ ନେଇ ଏବେ ରାଜ୍ୟର ଅନେକ ଲାଞ୍ଚୁଆ ଅଧିକାରୀଙ୍କୁ ଠାବ କରାଯାଇ ଦୁର୍ନୀତି ନିବାରଣ ବିଭାଗ ଚଢାଉ ଯାରୀ ରଖିଛି!।ଏହି ପ୍ରକ୍ରିୟାରେ ଅନେକ ଅଧିକାରୀ ବନ୍ଧାହୋଇ ଜେଲ ଯାଉଥିବା ବେଳେ ସେମାନଙ୍କ ନିକଟରୁ କୋଟି କୋଟି ଟଙ୍କା ଓ ଆୟ ବହିର୍ଭୁତ ସମ୍ପତ୍ତି ଠାବ ହେଉଛି! ଯାହାକୁ ନେଇ ଏବେ ରିଜ୍ୟର ଦୁର୍ନୀତିଖୋର ବାବୁ ମାନେ ଆତଙ୍କିତ ହୋଇ ପଡିଛନ୍ତି! ହେଲେ ଏହାର କୌଣସି ପ୍ରଭାବ ଯାଜପୁର ଜିଲ୍ଲାର ବଡଚଣା ପୂର୍ତ୍ତ ବିଭାଗ ଉପଖଣ୍ଡରେ ଅନୁଭୂତ ହେଉନାହିଁ! ଏଠାରେ କାର୍ଯ୍ୟରତ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁଁ ଦୁର୍ନୀତି କମିବା ପରିବର୍ତ୍ତେ ବଢିବଢି ଚାଲିଛି!ଏଥିନେଇ ଉଚସ୍ତରୀୟ ତଦନ୍ତ ଓ ସଂପୃକ୍ତ ଅଧିକାରୀ ଏବଂ ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି!
Leave A Reply