Odisha news

ଏମ ଏସ ଆଇ ଏଲ କମ୍ପାନୀର ବେଆଇନ କାର୍ଯ୍ୟ : ବ୍ରାହ୍ମଣୀ ସେତୁ ନିର୍ମାଣରେ ବ୍ୟବହାର ହେଉଛି ଚୋରା ବାଲି,ଜବତ ଟ୍ରକ ଓ ମେସିନ ଗାୟବ 

0
ଚଣ୍ଡିଖୋଲ/ଚଡେଇଧରା :  ଚଣ୍ଡିଖୋଲ -ଡ଼ୁବୁରୀ ୫୩ ନମ୍ବର ଜାତୀୟ ରାଜପଥର ୩୯ କି:ମି ରାସ୍ତା ସମ୍ପ୍ରସାରଣ ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣରେ ନିୟୋଜିତ ଏମ ଏସ ଆଇ ଏଲ ଠିକା କମ୍ପାନୀର ବେଆଇନ କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ଅତିଷ୍ଟ ହେଲେଣି!ଏହି କମ୍ପାନୀ ରାସ୍ତାର ନିର୍ମାଣ କାମରେ ବେଆଇନ ଭାବେ ଚୋରା ମୋରମ ଓ ମାଟି ଗୋଡି ଇତ୍ୟାଦି ବ୍ୟବହାର କରିବା ସହ ରାସ୍ତାପାର୍ଶ୍ଵରୁ ବିରାଟ ଗାତକରି ମୋରମ ଚୋରି କରିବା ଯୋଗୁଁ ଲୋକେ ନାହି ନଥିବା ଦୁର୍ଦଶା ଭୋଗୁଥିଲେ! ଏବେ ପୁଣି କବାଟବନ୍ଧ ନିକଟ ଦିତୀୟ ବ୍ରାହ୍ମଣୀ ସେତୂ ନିର୍ମାଣ କାର୍ଯ୍ୟରେ ଚୋରାବାଲି ବ୍ୟବହାର କରୁଥିବା ଜଣାପଡିବା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି! ଏହି କମ୍ପାନୀ ନଦୀରେ ପୋଲ ପାଇଁ ଖମ୍ବ ନିର୍ମାଣ କରୁଛି! ସେହି ଖମ୍ବ ନିକଟ ନଦୀ ସଜ୍ୟାକୁ ତାଡି ମେସିନ ଯୋଗେ ଟ୍ରକରେ ବାଲି ଲୋଡକରି ଅନ୍ୟତ୍ର ନେବା ସହ ସେହି ବାଲି ବ୍ୟବହାର କରି ନିର୍ମାଣ କାମ କରୁଥିବା ଦେଖାଯାଇଛି! ଯେଉଁ ସ୍ଥାନରୁ ଉକ୍ତ କମ୍ପାନୀ ବାଲି ଚୋରି କରୁଛି ତାହା ନିଶିଦ୍ଧ ଅଞ୍ଚଳ ହୋଇଥିଲେ ମଧ୍ୟ ତାହାକୁ ଭୃକ୍ଷେପ ନକରି କମ୍ପାନୀ ବାଲି ଚୋରି କରୁଥିବା ଦେଖାଯାଇଛି! ଏପରି ବେଆଇନ କାମକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ ଯାଜପୁର ଜିଲ୍ଲାପାଳ,ଧର୍ମଶାଳା ତହସିଲଦାର ଓ ଜିଲ୍ଲା ଖଣି ଅଧିକାରୀଙ୍କୁ ଅବଗତ କରିବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ପହଞ୍ଚି ବାଲି ତାଡୁଥିବା ମେସିନ ଓ ବାଲି ଲୋଡଥିବା ଓଡି୦୪ଇ ୯୮୦୧ ନମ୍ବର ଟ୍ରକକୁ ଜବତ କରିଥିଲେ! ଘଟଣା ସ୍ଥଳରୁ ବାଲି ଚୋରିରେ ସପୃକ୍ତ ଏହି ମେସିନ ଓ ଟ୍ରକକୁ ଅନ୍ୟତ୍ର ସ୍ତାନାନ୍ତର ନକରିବାକୁ ରାଜସ୍ୱ ନିରୀକ୍ଷକ କମ୍ପାନୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କିଛି ସମୟ ପରେ କମ୍ପାନୀ କର୍ମଚାରୀ ମାନେ ସେଠାରୁ ମେସିନ ଓ ୧୦ ଚକିଆ ଟ୍ରକକୁ ଗାୟବ କରିଦେଇଥିବା ଦେଖାଯାଉଛି! ଯେଉଁ ବାଲି ବୋଝେଇ ଟ୍ରକକୁ ଘଟଣା ସ୍ତଳରୁ ଗାୟବ କରାଯାଇଛି ରାସ୍ତାରେ ଚାଲିବା ପାଇଁ ସେହି ଟ୍ରକର ଆବସ୍ୟକିୟ କାଗଜପତ୍ର ଯଥା ଫିଟନେସ ,ଇନସୁରାନ୍ସ ଓ ପ୍ରଦୂଷଣ ସାର୍ଟିଫିକେଟ ନଥିବା ଅନୁସନ୍ଧାନରୁ ଜଣାପଡିଛି! ସେହି ଟ୍ରକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଲୋକେ ଚଣ୍ଡିଖୋଲ ଆରଟିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି! କମ୍ପାନୀର ଏପରି କାର୍ଯ୍ୟ ନେଇ ଲୋକ ମାନଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି! ୩ ବର୍ଷ ମଧ୍ୟରେ ନିର୍ମାଣ କାମ ଶେଷ କରିବାକୁ କମ୍ପାନୀ ଜାତୀୟ ରାଜପଥ କତ୍ତୃପଖ୍ୟଙ୍କ ସହ ଚୁକ୍ତି କରିଥିଲେ ମଧ୍ୟ ଏହା ଭିତରେ ୬/୭ବର୍ଷ ବୀତିଯାଇଛି! ହେଲେ ରାସ୍ତା ଓ ସେତୂକାମ ଇତିମଧ୍ୟରେ ଅଧା ବି ଶେଷ ହୋଇନାହିଁ! ଏହା ଭିତରେ ମାଟି,ମୋରମ ଓ କଳାପଥର ଚୋରିକରି ତାହାକୁ ରାସ୍ତା କାମରେ ବେଆଇନ ଭାବେ ବ୍ୟବହାର କରିବା ପରି ମାମଲା ଧରାପଡିବା ପରେ ଉକ୍ତ କମ୍ପାନୀ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଯୋରିମାନା ଧାର୍ଯ୍ୟ ହୋଇଛି! ଏଥିସହ ବେଆଇନ ଭାବେ ବିଦ୍ୟୁତ ଚୋରି କରୁଥିବା ବେଳେ ଧରାପଡିବା ପରେ ଗତ କିଛିଦିନ ତଳେ ଉକ୍ତ କମ୍ପାନୀକୁ ୨୫ ହଜାର ଟଙ୍କା ଯୋରିମାନା ହୋଇଥିଲା! ତା ପରେ ବି କମ୍ପାନୀ ନିଜର ବେଆଇନ କାମ ଓ ଖଣିଜ ସମ୍ପଦ ଚୋରି,ବିଦ୍ୟୁତ ଚୋରି କରିବା ଅଭ୍ୟାସ ଛାଡି ନଥିବା ଦେଖାଯାଇଛି!କମ୍ପାନୀର ଏତାଦୃଶ କାର୍ଯ୍ୟ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି!ତେବେ ବାଲି ଚୋରି ଓ ଘଟଣା ସ୍ଥଳରୁ ଜବତ ମେସେଜ ଓ ଟ୍ରକକୁ ଗାୟବ କରାଯିବା ନେଇ ଜିଲ୍ଲା ଖଣି ଅଧିକାରୀ ଜୟପ୍ରକାଶ ନାୟକଙ୍କୁ ପତାରିବାରେ ସେ କମ୍ପାନୀର ଏପରି ବେଆଇନ କାମ ସମ୍ପର୍କରେ ସୂଚନା ପାଇଛନ୍ତି ଓ ଯଥାଶୀଘ୍ର ଏଥିନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ!
Leave A Reply