Odisha news

କଲେଜ୍ ବସ ଧକ୍କାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ବଡଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ସକାଳ ପ୍ରାୟ ୮ଟା ବେଳେ ଘଟିକା ସମୟରେ ଟାଙ୍ଗି ସ୍ଥିତ ଡ୍ରିମସ୍ କଲେଜ ବସ ଧକାରେ ଜଣେ ଯୁବ ବ୍ୟବସାୟୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା!  ଜାତୀୟ ରାଜପଥର ବଡଚଣା ପେଟ୍ରୋଲପମ୍ପ ସମ୍ପୁଖରେ ଏହି ଦୁର୍ଘଟଣା ଘଟିଥିଲା! ବାଲିଚନ୍ଦ୍ର ପୁର ଥାନା ଅଧୀନସ୍ଥ ମହିପୂର୍ ଗ୍ରାମର ରଥ ସାମଲଙ୍କ ପୁଅ କୁଳମଣି ସାମଲ (୪୮) ନିଜ ସ୍କୁଟିରେ କଟକ ଆଭିମୁଖେ ଯାଉଥିବା ସମୟରେ ପେଟ୍ରୋଲ ପମ୍ପ ସମ୍ମୁଖ ବାଇପାସ୍ ନିକଟରେ ଟାଙ୍ଗୀ ସ୍ଥିତ ଡ୍ରିମ୍ କଲେଜ୍ ବସ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା ! ଫଳରେ ଘଟଣା ସ୍ଥଳରେ କୁଳମଣିଙ୍କର ମୃତ୍ୟୁ ହୋଇଥିଲା ! ଖବରପାଇ ବଡ଼ଚଣା ପୋଲିସ୍ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ବଡ଼ଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ ! ବ୍ୟବଚ୍ଛେଦ ପରେ ପୋଲିସ କୁଳମଣିଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ! ମୃତ କୁଳମଣିଙ୍କ ଭାଇଙ୍କ ଠାରୁ ଲିଖିତ ଅଭିଯୋଗ ପାଇଲା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ଦୁର୍ଘଟଣା ଘଟାଇଥିବା କଲେଜ ବସକୁ ଥାନାରେ ଅଟକ ରଖିଥିବା ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ ସୂଚନା ଦେଇଛନ୍ତି!
Leave A Reply