ରାଜ୍ୟରେ ୫ମol : ଚଣ୍ଡିଖୋଲ ଆଟିଓରେ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଙ୍ଗ ସରଣୀ କାର୍ଯ୍ୟକ୍ଷମ , ଡ୍ରାଇଭିଂ ଲାଇସେନ୍ସରେ ହେରାଫେରୀ ଯୁଗ ଶେଷ
ଚଣ୍ଡିଖୋଲ,୨୭/୬ : ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଆରଟିଓରେ ଗୁରୁବାର ଠାରୁ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଙ୍ଗ ସରଣୀ କାର୍ଯ୍ୟକ୍ଷମ ହୋଇଛି!ଚଣ୍ଡିଖୋଲ ନିକଟ ମହାବିନାୟକ ମନ୍ଦିର ପାଦଦେଶରେ ଭୁଷଣ୍ଡପୁର ଠାରେ କାର୍ଯ୍ୟ କରୁଥିବା ଡ୍ରାଇଭିଂ ଟେଷ୍ଟିଙ୍ଗ ଟ୍ରାକରେ ଏହି ବ୍ୟବସ୍ତାରେ ଜୁନମାସ ୨୭ ତାରିଖ ଠାରୁ ନୂତନ ଭାବେ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଆବେଦନ କରିଥିବା ଆବେଦନକାରୀ ମାନେ ଏହି ସ୍ୱୟଂଚାଳିତ ବୈଦୁତିକ ସରଣୀରେ ଗାଡି ଚାଳାଇ ଟେଷ୍ଟିଙ୍ଗ ଦେଇଥିଲେ! ଏଠାରେ ଏହି ଅତ୍ୟାଧୁନିକ ସ୍ୱୟଂଚାଳିତ ସରଣୀ କାର୍ଯ୍ୟ କରିବା ଫଳରେ ଡ୍ରାଇଭିଂ ଟେଷ୍ଟିଙ୍ଗରେ ଆଉ ମନୁଷ୍ୟକୃତ କୌଣସି ପ୍ରକାର ହସ୍ତକ୍ଷେପ ରହିବା ନାହିଁ! ଏହି ବୈଦୁତିକ ସରଣୀରେ ଗାଡି ଚାଳନାର ପରିକ୍ଷା ଦେଉଥିବା ଆବେଦନକାରୀ ମାନେ ଠିକ ବା ଭୁଲ ଗଡି ଚାଳନା କରୁଛନ୍ତି ତାହାର ଟିକିନିଖି ତଥ୍ୟ ଆଧାରରେ କମ୍ପ୍ୟୁଟରେ ରିପୋର୍ଟ ପ୍ରକାଶିତ ହେବ! ଏହି ରିପୋର୍ଟ ଆଧାରରେ ଆବେଦନକାରୀ ମାନଙ୍କୁ ପାସ ବା ଫେଲ ସାର୍ଟିଫିକେଟ ପ୍ରଦାନସହ ଗାଡି ଚାଳନା ପାଇଁ ଲାଇସେନ୍ସ ପ୍ରଦାନ କରାଯିବ ବୋଲି ଚଣ୍ଡିଖୋଲ ଆରଟିଓ ସମ୍ବିତକୁମାର ସୂଚନା ଦେଇଛନ୍ତି! ଚଣ୍ଡିଖୋଲ ଆରଟିଓରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ବ୍ୟବସ୍ଥା ରାଜ୍ୟରେ ୫ମ ବୋଲି ଜଣାପଡିଛି! ଏହା ପୂର୍ବରୁ ରାଉରକେଲା, ଅନୁଗୁଳ,
ଢେଙ୍କାନାଳ,କେଉଁଝର ଆରଟିଓରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇସାରିଥିଲା!ଏହି ବ୍ୟବସ୍ଥାକୁ ଅଟୋମେଟେଡ ଡ୍ରାଇଭିଂ ଟେଷ୍ଟିଙ୍ଗ ସିଷ୍ଟମ ବା ଏଡିଟିଏସ ବୋଲି କୁହାଯାଉଛି! ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ମାଧ୍ୟମରେ ସଂଚାଳିତ ହେବା ସହିତ ଏହି ସିଷ୍ଟମରେ ତଥ୍ୟ ସଂଗ୍ରହ ପାଇଁ ୧୯ଟି ସ୍ୱୟଂଚାଳିତ କ୍ୟାମେରା ସଂଯୁକ୍ତ ହୋଇଛି! ଏହି କ୍ୟାମେରା ଗୁଡିକ ଦ୍ୱାରା ଆବେଦନ କାରୀମାନଙ୍କ ଡ୍ରାଇଭିଂ ଟେଷ୍ଟିଙ୍ଗ ସମ୍ପର୍କିତ ସମସ୍ତ ଫଟୋ ଚିତ୍ର ଓ ତଥ୍ୟ ଉତ୍ତୋଳିତ ହୋଇ ସିଧାସଳଖ କମ୍ପ୍ୟୁଟରକୁ ଚାଲିଯିବ ! ପରେ କମ୍ପୁଟର ସ୍ୱୟଂଚାଳିତ ପଦ୍ଧତିରେ ସେହି ତଥ୍ୟକୁ ପରିକ୍ଷା ନିରିକ୍ଷାକରି ଆବେଦନକାରୀ ଗାଡି ଚାଳନାରେ ପାସ କି ଫେଲ ସେହି ରିପୋର୍ଟ ଦେବ! ଏହି ରିପୋର୍ଟ ଆଧାରରେ ପରେ ଆରଟିଓ ଆବେଦନକାରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବେ ବୋଲି ଜଣାପଡିଛି!ଏହି ବ୍ୟବସ୍ତା କାର୍ଯ୍ୟକାରୀ ହେବା ପାଇଁ ପୁନେ ଓ ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ବୈଷୟିକ ଟିମ ଏଠାକୁ ଆସି କିଛି ଦିନହେବ କାର୍ଯ୍ୟ ତଦାରଖ କରୁଥିଲେ! ଗୁରୁବାର ଦିନ ସେମାନଙ୍କ କାର୍ଯ୍ୟ ଶେଷ ହେବାପରେ ବିଦ୍ଧିବଦ୍ଧ ଭାବେ ଚଣ୍ଡିଖୋଲ ଆରଟିଓଙ୍କୁ ଏଠାରେ ଡ୍ରାଇଭିଂ ଟେଷ୍ଟିଙ୍ଗ ଆରମ୍ଭ ପାଇଁ ଅନୁମତି ଦିଆଯାଇଥିଲା! ଅନୁମତି ମିଳିବା ପରେ ପରିକ୍ଷା ମୂଳକଭାବେ ଚଣ୍ଡିଖୋଲ ଏମଭିଆଇ ପଦ୍ମଜା ମହାନ୍ତି ଏହି ସ୍ୱୟଂଚାଳିତ ସରଣୀରେ ଡ୍ରାଇଭିଂ ଟେଷ୍ଟିଙ୍ଗ ଆରମ୍ଭ କରିଥିଲେ! ଏହି ବ୍ୟବସ୍ଥା ପାଇଁ ଏଠାରେ ସ୍ୱତନ୍ତ୍ର ବୈଦୁତିକ ଟ୍ରାକ ନିର୍ମାଣ କରାଯିବା ସହ ବୈଷୟିକ ତାଲିମପ୍ରାପ୍ତ କମ୍ପ୍ୟୁଟର ଚାଳକ ମାନଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି!