Odisha news

ବିଶିଷ୍ଟ ଭାଷାପ୍ରେମୀ ସମାଜସେବୀ ନଟବର ମହାନ୍ତିଙ୍କ ପରଲୋକ: ବିଭିନ୍ନ ମହଲରେ ଶୋକ

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଚଣ୍ଡିତଳ ପଞ୍ଚାୟତ ଅନ୍ତର୍ଗତ ଚଣ୍ଡିତଳ ଗ୍ରାମର ବିଶିଷ୍ଟ ଭାଷାପ୍ରମୀ ସମାଜସେବୀ ତଥା ପ୍ରାକ୍ତନ ସମିତିସଭ୍ୟ ଚିନ୍ମୟ କୁମାର ମହାନ୍ତିଙ୍କ ପିତା ନଟବର ମହାନ୍ତିଙ୍କର ଦେହାନ୍ତ ହୋଇଯାଇଛି! ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା! ରବିବାର ସକାଳୁ ନଟବର ରଜ ଉପଲକ୍ଷେ ନିଜର ପରିବାର ସହ ହସ ଖୁସିରେ ସମୟ କାଟୁଥିବା ବେଳେ ତାଙ୍କର ହୃଦଘାତ ହୋଇଥିଲା! ପରିବାର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ନେବା ସମୟରେ ତାଙ୍କର ବିୟଗ ଘଟିଥିଲା! ବିଦେଶରେ ଥିବା ତାଙ୍କର ପୁତ୍ର, ପୁତ୍ରବଧୁ, ନାତି, ନାତୁଣୀ ମାନେ ରଜଛୁଟିରେ ଗାଁ କୁ ଆସିଥିବାରୁ ମୃତ୍ୟୁ ସମୟରେ ସମସ୍ତେ ତାଙ୍କ ପାଖରେ ଥିଲେ! ସ୍ୱର୍ଗତ ମହାନ୍ତି ଝାଡଖଣ୍ଡର ଜାମସେଦପୁର ଠାରେ ଚାକିରୀ କରିବା ସମୟରେ ବିଛିର୍ଣାଞ୍ଚଳରେ ଓଡିଆ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସଦସ୍ୟ ହୋଇ ଓଡିଆ ଭାଷାର ସୁରକ୍ଷା ଓ ଉନ୍ନତି ପାଇଁ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ!ଏଥିସହ ଭାଷା ସଙ୍ଗଠନର ଜଣେ ଦୃଢ ସଙ୍ଗଠକ, ଜାମସେଦପୁର ସହରରେ ଗୋପବନ୍ଧୁ ବିଦ୍ୟାପୀଠ, ଟେଲ୍ କୋ ଓଡ଼ିଆ ଆସୋସିଏସନ, ଟେଲ୍ କୋ ଓଡ଼ିଆ ଦୁର୍ଗାପୂଜା କମିଟିର ପ୍ରତିଷ୍ଠାତା ସଦସ୍ୟ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ! ସେହିପରି ନିଜ ଗ୍ରାମରେ ବିଶ୍ୱେଶ୍ୱର ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିବା ସହିତ ଏହାର ପ୍ରତିଷ୍ଠିତ ସଦସ୍ୟ ଥିଲେ ଓ ଚାକିରୀରୁ ଅବ୍ୟାହତି ପରେ ଗ୍ରାମରେ ରହିବା ସମୟରେ ଗ୍ରାମ ଶିବ ମନ୍ଦିର ଓ ଶିଖରଚଣ୍ଡୀ ପାହାଡର ପୁନଃଉଦ୍ଧାର କାର୍ଯ୍ୟରେ ନିଜକୁ ସାମିଲ ରଖିଥିଲେ! ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବାପରେ ନବ ନିର୍ବାଚିତ ବିଧାୟକ ଅମର କୁମାର ନାୟକ, ପୂର୍ବତନ ବିଧାୟକ ଅମରପ୍ରସାଦ ଶତପଥୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ,ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତ, ପ୍ରହଲ୍ଲାଦ ନନ୍ଦ, ପଞ୍ଚାୟତ ଅଧ୍ୟକ୍ଷା ମିନତୀ ସେନାପତି,ଉପାଧ୍ୟକ୍ଷା ବିଭାସଚନ୍ଦ୍ର ନନ୍ଦ, ସରପଞ୍ଚ ସଂଯୁକ୍ତା ମଲ୍ଲିକ,ସାଗରିକା ବିହାରୀ, ସମିତି ସଭ୍ୟା ରଶ୍ମିତା ମଲ୍ଲିକଙ୍କ ସହ ବହୁ ନିର୍ବାଚିତ ପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନକରିବା ସହ ଗଭୀର ଶୋକବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ! ଏକ ଶୋକାକୁଳ ପରିବେଶରେ ସ୍ବର୍ଗତ ମହାନ୍ତିଙ୍କ ମର ଶରୀରକୁ ପରିକ୍ରମା କରାଯାଇ ଗ୍ରାମ ସ୍ମଶାନରେ ଶେଷକୃତ୍ୟ ସମ୍ପୂର୍ଣ୍ଣ ଯାଇଥିଲା ଓ  ଜ୍ୟେଷ୍ଠ ପୁତ୍ର ସଞ୍ଜୟ କୁମାର ମହାନ୍ତି ମୁଖାଗ୍ନି ଦେଇଥିଲେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ!
Leave A Reply