ନିର୍ବାଚନକୁ ଶୃଙ୍ଖଳିତ ଓ ଭୟମୁକ୍ତ କରିବା ପାଇଁ ପୋଲିସର ଆଗୁଆ ପଦକ୍ଷେପ : ବଡଚଣାର ୩ଟି ଥାନା ଅଞ୍ଚଳରେ ୧୦୬୬ ଜଣଙ୍କ ନାମରେ ୧୦୭ ମାମଲା ରୁଜୁ
ଚଣ୍ଡିଖୋଲ,୨୦/୫ : ଚଳିତ ସାଧାରଣ ନିର୍ବାଚନକୁ ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳୀରେ ଶୃଙ୍ଖଳିତ ଓ ଭୟମୁକ୍ତ କରିବା ସହ ଜନସାଧାରଣଙ୍କ ଭୋଟଦାନକୁ ଉତ୍ସାହିତ କରିବା ପାଇଁ ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ଟି ଥାନା ପୋଲିସ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି! ଏହି ପରିପ୍ରେକ୍ଷୀରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ପରିଚାଳନା କରିବା ପାଇଁ ବଡଚଣା, ବାଲିଚଚନ୍ଦ୍ରପୁର ଓ ବୈରୀ ଥାନା ଅଞ୍ଚଳରେ ସଂଭାବ୍ୟ ଗଣ୍ଡଗୋଳକୁ ଏଡାଇବା ପାଇଁ ୧୦୬୬ ଜଣ ବିଶୃଙ୍ଖଳିତ ତତ୍ତ୍ୱଙ୍କୁ ଠାବ କରାଯାଇ ସେମାନଙ୍କ ନାମରେ ସିଆରପିସିର ୧୦୭ ଧାରାରେ ମାମଲା ରୁଜୁ କରାଯାଇ ମାଜିଷ୍ଟ୍ରେଟଙ୍କ ଇଜଲାସରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି! ସେଥି ମଧ୍ୟରୁ ବଡ଼ଚଣା ଥାନାରେ ୬୨୮,ବାଲିଚନ୍ଦ୍ରପୁର ଥାନାରେ ୩୧୧ ଓ ବୈରୀ ଥାନାରେ ୧୨୭ ଜଣ ଏପରି ମୋଟ ୧୦୬୬ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ତିନି ଥାନା ସୂତ୍ରରୁ ସୂଚନା ମିଳିଛି! ପୋଲିସ ସୂଚନା ମୁତାବକ ଯେଉଁ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଆଗରୁ ଅପରାଧିକ ମାମଲା ଥିବ ଓ ଆଗାମୀ ନିର୍ବାଚନ ସମୟରେ ଯେଉଁମାନେ ମତଦାନ କେନ୍ଦ୍ରରେ ଅଶାନ୍ତ ପରିବେଶ ସୃଷ୍ଟି କରିପାରନ୍ତି ବୋଲି ଆଶଙ୍କା ରହିଛି ପୋଲସ ସେହି ତତ୍ତ୍ୱଙ୍କ ବିରୁଦ୍ଧରେ ଆଗୁଆ ପଦକ୍ଷେପ ସ୍ୱରୂପ ୧୦୭ ମାମଲା ରୁଜୁ କରିଛି ! ତେବେ ପୋଲିସ ପକ୍ଷରୁ ମାଜିଷ୍ଟ୍ରେଟଙ୍କ ଇଜିଲାସରେ ୧୦୭ ମାମଲା ଦିଆଯିବା ପରେ ସପୃକ୍ତ ବ୍ୟକ୍ତିମାନେ ଦର୍ପଣ ତହସିଲଦାର ତଥା ଏକଜୁଇକ୍ଟିଭ ମାଜିଷ୍ଟ୍ରେଟଙ୍କ ପାଖରେ ହାଜରହୋଇ ନିର୍ବାଚନ ସମୟରେ କୌଣସି ଅଶାନ୍ତ ପରିବେଶ ସୃଷ୍ଟି ନକରିବା ପାଇଁ ସ୍ୱକାରୋକ୍ତି ଦେଇଥିବା ଜଣାପଡିଛି! ୧୦୭ ଦିଆଯାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ସୋମବାର ଦିନ ୧୩୪ ଜଣଙ୍କ ସ୍ୱକାରୋକ୍ତି ପରେ ଏମାନଙ୍କୁ ୫ ହଜାର ଟଙ୍କାର ମୁଚାଲିକା ସହିତ ଜଣେ ଜାମିନଦାରଙ୍କ ଦ୍ଵାରା ଜାମିନ ପ୍ରଦାନ କରାଯାଇଛି! ଏଥିପାଇଁ ସୋମବାର ଦିନ ଦର୍ପଣ ତହସିଲ କାର୍ଯ୍ୟାଳୟରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା! ତେବେ ପୋଲିସ ପକ୍ଷରୁ ଏହିପରି କାର୍ଯ୍ୟ ଧାରା ଆଗାମୀ ଭୋଟଦାନ ଅର୍ଥାତ ଜୁନ ୧ ତାରିଖ ପର୍ଯ୍ୟନ୍ତ ଏଠାରେ ଯାରୀ ରହିବ ବୋଲି ଜଣାପଡିଛି!