ମାଫିଆଙ୍କ ଦ୍ୱାରା ଜବର ଦଖଲ ହୋଇ ଚାଲିଛି କୋଟି କୋଟି ଟଙ୍କାର ଶହଶହ ଏକର ମୂଲ୍ୟବାନ ସରକାରୀ ଜମି : ଜିଲ୍ଲା ପ୍ରଶାସନ ନିରବ,, ”ଗରିବଙ୍କୁ ଗୁଣ୍ଠେ ଦେବାକୁ ଜମି ମିଳୁନି”
ଚଣ୍ଡିଖୋଲ,୨୭/୨ : ହଜାର ହଜାର କୋଟି ଟଙ୍କାର କଳାପଥର ଲୁଟପାଟ ଓ ରାଜସ୍ୱ ଫାଙ୍କି ପାଇଁ ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ରାଜ୍ୟରେ ଖୁବ ଚର୍ଚ୍ଚାରେ ରହିଥିଲାବେଳେ ଏବେ ଏହି ତହସିଲ ଅଞ୍ଚଳରେ ଶହଶହ କୋଟି ଟଙ୍କାର ମୂଲ୍ୟବାନ ସରକାରୀ ଜମିକୁ ମାଫିଆମାନେ କଳବଳ ଲଗାଇ ଜବରଦଖଲ କରି ନିଜ କବଜାକୁ ନେଇଯାଉଥିବା ଘଟଣା ଆଲୋଡନ ସୃଷ୍ଟି କରିଛି! ଚଳିତ ୧୦ ବର୍ଷ ମଧ୍ୟରେ ଉକ୍ତ ତହସିଲର ଜେନାପୁର ଥାନା ଅନ୍ତର୍ଗତ ଅଞ୍ଜିରା, ସୁକୁଟିଝର,ଚକତେଲିପୋଖରୀ,ପୁରୁଣା