ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତିଶାସ୍ତ୍ର ଆମେ ଜୀବନ ରେ କେଉଁ କାର୍ଯ୍ୟ କରିବା କେଉଁ କାର୍ଯ୍ୟ ନକରିବା ତାହା ଦର୍ଶାଇ ଥାଏ, ଏବଂ ଜୀବନ ରେ ଅନେକ କଥା ଶିକ୍ଷା ଦେଇଥାଏ l ଚାଣକ୍ୟ ଙ୍କ ନୀତି ଶାସ୍ତ୍ରରେ କଦାପି ପିତା ନିଜ ଗୁଣି ପୁତ୍ର ର ପ୍ରଶଂସା ସମାଜ ରେ କରିବା ଉଚିତ ନୁହେଁ l
– ଯେଭଳି ମଣିଷ ନିଜ ଭଲ ଗୁଣର ପ୍ରଶଂସା କରିବା ଉଚିତ ନୁହେଁ, ସେହିଭଳି ଗୁଣଵାନ ପୁତ୍ର ର ପ୍ରଶଂସା ମଧ୍ୟ କରିବା ଠିକ ନୁହେଁ l ପିତାଙ୍କ କର୍ତବ୍ୟ ହେଉଛି ନିଜ ପୁତ୍ରକୁ ଉତ୍ସାହିତ କରିବା l କିନ୍ତୁ ପୁତ୍ର ର ଗୁଣର ପ୍ରଶଂସା କରିବା ଉଚିତ ନୁହେଁ l
– କାହିଁକି ଏଭଳି କରିବା ଆତ୍ମ ପ୍ରଶଂସା ଭଳି ହୋଇଥାଏ, ଏବଂ ମନରେ ଅହଂକାର ଭରିଥାଏ ଓ ଉପହାସ ର ପାତ୍ର କରିଦେଇ ଥାଏ l ଯାହାକି ସମାଜ ଆକ୍ଷିରେ ଠିକ ନୁହେଁ l ତେଣୁ ବ୍ୟକ୍ତି ଦେଖିଚାହିଁ ନିଜ ପୁତ୍ର ର ପ୍ରଶଂସା କରିବା ଆବଶ୍ୟକ l
– ଗୁଣଵାନ ପୁତ୍ର ର କାମ ହେଉଛି ସମାଜ ଆକ୍ଷିରେ ନିଜକୁ ଠିକ ଭାବରେ ପ୍ରତିପାଦିତ କରିବା ଓ ସମାଜ ସାମ୍ନାରେ ଯାହା କର୍ତବ୍ୟ କରୁଛି, ସେହି କର୍ତବ୍ୟ ପରେ ମଧ୍ୟ କରିବା ଉଚିତ l ନିଜ ପିତାଙ୍କ ସମ୍ମାନ ଓ ମର୍ଯ୍ୟାଦା କୁ ଗୁରୁତ୍ୱ ଦେବା ଜରୁରୀ l
– ଯେପରି ତୁଳସୀ ୨ପତ୍ର ବାସେ ସେହିଭଳି ଗୁଣଵାନ ପୁତ୍ର ର ଗୁଣ ମଧ୍ୟ ଚତୁର୍ଦିଗ ରେ ବିକଶିତ ହୋଇ ସୁଗନ୍ଧରେ ମହକି ଯାଇଥାଏ l ସେହିଭଳି ପୁତ୍ରକୁ କାହାରି ଉପର ଦେଖାଣିଆ ପ୍ରଶଂସା ର ଆବଶ୍ୟକତା ନାହିଁ l ସେ ଅନ୍ୟ ଆଗରେ ନିଜ ଗୁଣ ମାଧ୍ୟମରେ ପ୍ରସଂଶିତ ହୋଇଥାଏ l