ଚାଣକ୍ୟ ନୀତି କୁ ନେଇ ଆମ ଜୀବନ ସଫଳତା ଆଡ଼କୁ ଆଗେଇ ଥାଏ । ନୀତିଶାସ୍ତ୍ର ରେ ଚାଣକ୍ୟ ନୀତି ମଣିଷ ଜୀବନ ର ମାର୍ଗ ଦର୍ଶକ ଅଟେ । ତେଣୁ ଆଜିର ଚାଣକ୍ୟ ନୀତିରେ ଏପରି ୫ ଟି କଥା କୁହାଯାଇଛି ଯାହା ଆମକୁ ସଫଳତା ଆଡ଼କୁ ଟାଣି ନେଇଥାଏ ।
* ଜ୍ଞାନ –
ଜ୍ଞାନ ଗୋଟିଏ ଏପରି ପୁଞ୍ଜି ଯାହାକୁ ନେଇ ମଣିଷ ପ୍ରତିଟି ସ୍ଥାନରେ ବିଜୟ ଲାଭ କରିଥାଏ । ଜ୍ଞାନୀ ବ୍ୟକ୍ତି ର ଜ୍ଞାନ ସମସ୍ତ ସ୍ଥାନରେ ତାକୁ ପୂଜ୍ୟ କରାଇ ଥାଏ। ତେଣୁ ଜ୍ଞାନୀ କଦାପି ତା ଜୀବନ ରେ ହାରି ନଥାଏ ।
* ଆତ୍ମ ବିଶ୍ୱାସ –
ଚାଣକ୍ୟ ନୀତି ଅନୁସାରେ ସଫଳ ହେବା ପାଇଁ କଦାପି ନିଜର ଆତ୍ମ ବିଶ୍ବାସ ହରାଇବା ଉଚିତ୍ ନୁହେଁ । ଆତ୍ମ ବିଶ୍ୱାସ ଥିଲେ ବ୍ୟକ୍ତି କଠିନ ରୁ କଠିନ ପରିସ୍ଥିତି କୁ ଏଡାଇ ଯାଇଥାଏ । ଯଦି ଆପଣ ଙ୍କ ର ଆତ୍ମ ବିଶ୍ୱାସ ସୁଦୃଢ଼ ରହିବ ଆପଣ କଠିନ ରୁ କଠିନ ପରିସ୍ଥିତି କୁ ମୁକାବିଲା କରି ପାରିବେ ।
* ସଞ୍ଚୟ କରିଥିବା ଧନ –
ବ୍ୟକ୍ତି କଦାପି ନିଜର ସଞ୍ଚିତ ଧନ କୁ ଖର୍ଚ୍ଚ କରିବା ଉଚିତ୍ ନୁହେଁ। କାରଣ ଅସମୟ ରେ ଏହି ସଞ୍ଚିତ ଧନ ହିଁ ମଣିଷର କାମରେ ଆସିଥାଏ ।
* ପରିଶ୍ରମୀ ଲୋକ –
ଚାଣକ୍ୟ ନୀତି ଅନୁସାରେ ଯେଉଁ ବ୍ୟକ୍ତି ପରିଶ୍ରମୀ ହୋଇଥାଏ ସେ ସଫଳତା ର ଶୀର୍ଷ ସ୍ଥାନରେ ପହଞ୍ଚି ଥାଏ । ଯେଉଁ ବ୍ୟକ୍ତି ଭାଗ୍ୟ କୁ ଆଦରି ବସି ରୁହେ ସଫଳତା ତା ନିକଟ ରୁ ଦୂରେଇ ଯାଇଥାଏ ।
* ଧର୍ଯ୍ୟ –
ପରିସ୍ଥିତି ଯାହା ବି ହେଉ ନା କାହିଁକି କଦାପି ଧର୍ଯ୍ୟ ହରାଇବା ଉଚିତ୍ ନୁହେଁ । ଯେଉଁ ବ୍ୟକ୍ତି ମାନେ ଧର୍ଯ୍ୟ ରଖି ପରିଶ୍ରମ କରି ଥାଆନ୍ତି ସେମାନଙ୍କ ନିକଟକୁ ସଫଳତା ଆପେ ଆପେ ଆସିଥାଏ ।