ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ୍ ପୁଣି ଥରେ କରୋନାଭାଇରସ୍ ଯୋଗୁ ସୃଷ୍ଟି ମହାମାରୀ ପାଇଁ ଚୀନ୍କୁ ଦୋଷୀ କହିଛନ୍ତି । ସେ କହିଛନ୍ତି, ଆଜି ଦୁନିଆ ଚୀନ୍ର ଭୁଲ୍ ପାଇଁ ଦଣ୍ଡ ଭୋଗୁଛି । କରୋନା ଭାଇରସ୍ ବିଷୟରେ ଆଦ୍ୟରୁ ସୂଚନା ନ ମିଳିବାରୁ ଆଜି ବିଶ୍ୱ ସଙ୍କଟରେ । କରୋନାଭାଇରସ୍ର ପ୍ରାରମ୍ଭିକ ସୂଚନାକୁ ଚୀନର କମୁ୍ୟନିଷ୍ଟ୍ ପାର୍ଟି ଚପାଇଦେଇଥିଲା । ଭାଇରସ୍ ସୃଷ୍ଟି ହୋଇଥିବା ସ୍ଥାନରୁ ହିଁ ଏହାକୁ ନିୟନ୍ତ୍ରଣ କରାଯାଇପାରିଥାନ୍ତା । ଟ୍ରମ୍ପ୍ ହ୍ୱାଇଟ୍ ହାଉସ୍ରେ ମିଡିଆ ସମ୍ମୁଖରେ ଏହି କଥା କହିଛନ୍ତି । ଚୀନ୍ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେବାର ପ୍ରସ୍ତୁତି କରୁଛନ୍ତି, ସେ ସମ୍ପର୍କରେ ଟ୍ରମ୍ପ୍ ଜବାବ ଦେଇନାହାନ୍ତି ।