Odisha news

ବାରମ୍ବାର ଚା ପତି କୁ ବ୍ୟବହାର କରୁଛନ୍ତି କି : ଏହା କଣ ହୋଇପାରେ କ୍ୟାନ୍ସର ର ଲକ୍ଷଣ , କଣ କହୁଚି ଗବେଷଣା

ଆମେ ସକାଳୁ ଯଦି ଗୋଟିଏ କପ୍ ଗରମ୍ ଚା ପିଇବାକୁ ପାଇଯାଉ ତେବେ ଏହା ଆମର ଗୋଟିଏ ଭଲ ଦିନର ଆରମ୍ଭ ବୋଲି ଭାବୁଥାଉ । କିଛି ଲୋକଙ୍କର ଚା ପିଇବା ର ଏପରି ନିଶା ରହିଥାଏ ସେମାନଙ୍କର ଗୋଟିଏ କପ୍ ଚା ରେ ମନ ଶାନ୍ତି ହୋଇନଥାଏ । ତେଣୁ ଏପରି ସ୍ଥିତି ରେ ଅଧିକାଂଶ ଲୋକ ସେହି ଚା ଗୁଣ୍ଡକୁ ବାରମ୍ବାର ବ୍ୟବହାର କରି ଚା ପ୍ରସ୍ତୁତ କରି ଥାଆନ୍ତି । କାରଣ ଏହା ତାଙ୍କୁ ସୁବିଧା ଜନକ ଓ ପଇସା ବଞ୍ଚିଲା ଭଳି ଲାଗିଥାଏ । ଆସନ୍ତୁ ଜାଣିବା କଣ କହିଛନ୍ତି ବିଶେଷଜ୍ଞ ।
* ଗବେଷକ ମାନଙ୍କ ମତରେ ଯେ କୌଣସି ଅର୍ଗନିକ ଚା କୁ ଆପଣ ଆଉଥରେ ବ୍ୟବହାର କରି ପାରିବେ । ଏହାଦ୍ବାରା ଅର୍ଗାନିକ୍ ଚା ରେ ଥିବା ତତ୍ତ୍ଵ ଅଧିକ ଶରୀର ପାଇଁ ଲାଭ ଦାୟକ ହୋଇଥାଏ । କିନ୍ତୁ ଗବେଷକ ମାନଙ୍କ ମତରେ ଏହା ଅର୍ଗାନିକ୍ ଚା ହୋଇଥିବା ନିହାତି ଆବଶ୍ୟକ ।
* ନକଲି ଚା କୁ ବାରମ୍ବାର ଗରମ୍ କରିବା ଦ୍ୱାରା ଏଥିରେ ଉତେଜିତ ଓ ଘାତକ ରସାୟନ ନିର୍ମିତ ହୋଇଥାଏ । ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତି କାରକ ଅଟେ ।
* ବାରମ୍ବାର ଚା ଫୁଟାଇବା ଦ୍ଵାରା ପ୍ରଭାବିତ ହୋଇଥାଏ –
– ନକଲି ଚା ବାରମ୍ବାର ଫୁଟାଇ ପିଇବା ଦ୍ଵାରା କ୍ୟାନ୍ସର ହେବା ଭଳି ସମ୍ଭାବନା ରହିଥାଏ । ଏହା ଆମ ଶରୀରକୁ ହାନି କାରକ ତତ୍ତ୍ଵ ଯୋଗାଇ ଥାଏ ।
– ଚା କୁ ବାରମ୍ବାର ଗରମ୍ କରି ପିଇବା ଦ୍ଵାରା ଏସିଡିଟି ସମସ୍ୟା ଦେଖା ଦେଇଥାଏ ଓ ଅଲ୍ସର୍ ହେବାର ସମ୍ଭାବନା ରହିଥାଏ ।
– ଏପରି ଚା ପିଇବା ଦ୍ଵାରା ଆମ ଶରୀରର ଅନେକ ପ୍ରକାରର ଭିଟାମିନ ର ହାନି ହୋଇଥାଏ ।

Comments are closed.