ଟେଲିଗ୍ରାମ CEO ବଡ଼ ଖୁଲାସା : ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୨ ଟି ଦେଶରେ ରହିଛନ୍ତି ତାଙ୍କର ୧୦୦ ରୁ ଉର୍ଧ୍ଵ ସନ୍ତାନ
ଟେଲିଗ୍ରାମ ର ଫାଉଣ୍ଡର Pavel Durov ଗୋଟିଏ ଆଶ୍ଚର୍ଯ୍ୟ କଲାଭଳି ଖୁଲାସା କରିଛନ୍ତି, ସେ କହିଛନ୍ତି ଯେ ସେ ଗୋଟିଏ କିମ୍ବା ଦୁଇଟି ନୁହେଁ ୧୦୦ ସନ୍ତାନ ର ବାୟୋଲୋଜିକାଲ ପିତା ଅଟନ୍ତି l ଏହାକୁ ନେଇ ପାଭେଲ ନିଜ ଟେଲିଗ୍ରାମ ପୋଷ୍ଟ ରେ ତଥ୍ୟ ଦେଇଛନ୍ତି l ସେ କହିଛନ୍ତି ଯେ ସେ ସ୍ପର୍ମ ଡୋନେସନ ଜରିଆରେ ମୋର ୧୨ ଦେଶରେ ମୋର ୧୦୦ ରୁ ଉର୍ଧ୍ଵ ସନ୍ତାନ ରହିଛନ୍ତି l
୧୫ ବର୍ଷ ତଳେ ଆରମ୍ଭ ହୋଇଥିଲା ଏହି କାହାଣୀ –
ପାଭେଲ ଏହି କାହାଣୀ ଟେଲିଗ୍ରାମ ଜରିଆରେ ବିଶ୍ୱବାସୀ ଙ୍କୁ ଜଣାଇଛନ୍ତି ଯେ ମତେ ଜଣା ପଡିଲା ଯେ ମୋର ୧୦୦ ରୁ ଉର୍ଧ୍ଵ ସନ୍ତାନ ଅଛନ୍ତି , ଗୋଟିଏ ଏଭଳି ବ୍ୟକ୍ତି ପକ୍ଷରେ ଏହା କିଭଳି ସମ୍ଭବ ଯିଏକି କେବେ ବିବାହ କରିନାହିଁ l ଏବଂ ଯିଏକି ଏକାକୀ ରହିବାକୁ ପସନ୍ଦ କରିଥାଏ l ଏହାକୁ ନେଇ ସେ କହିଛନ୍ତି ସ୍ପର୍ମ ଡୋନାର ହେବାର କାହାଣୀ ଅଜାକୁ ୧୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା l
୧୫ ବର୍ଷ ପୂର୍ବେ ମୋର ଗୋଟିଏ ସାଙ୍ଗଙ୍କର ସନ୍ତାନ ହେବାରେ ଅସୁବିଧା ହେଉଥିଲା, ଯେଉଁ କାରଣରୁ ସେ ମୋତେ ସ୍ପର୍ମ ଡୋନେଟ କରିବା ପାଇଁ ଅନୁରୋଧ କରିଥିଲା l ଯେତେବେଳେ ତାଙ୍କୁ ତାଙ୍କ ସାଙ୍ଗ ସ୍ପର୍ମ ଡୋନେଟ କରିବା ପାଇଁ କ୍ଲିନିକ ନେଇଥିଲା ସେଠାରେ ତାଙ୍କୁ କୁହାଯାଇଥିଲା କି ତାଙ୍କ ସ୍ପର୍ମ ଖୁବ ଉନ୍ନତ ମାନର ଅଟେ l ଯାହାଦ୍ୱାରା ତାଙ୍କ ବନ୍ଧୁଙ୍କୁ ସାହାଯ୍ୟ ମିଳି ପାରିବ l ପାଭେଲ ଙ୍କୁ ଏହି ଜିନିଷ ଖୁବ ଅଦ୍ଭୁତ ଲାଗିଥିଲା , କିନ୍ତୁ ସେ ସ୍ପର୍ମ ଡୋନେଟ କରିବା ପାଇଁ ରାଜି ହୋଇଥିଲେ l
ଏହାପରେ ପାଭେଲ ଲେଖିଥିଲେ ଯେ ଏହାପରେ ସେ ସ୍ପର୍ମ ଡୋନେଟ କରିବା ବନ୍ଦ କରିଦେଇ ଥିଲେ, କିନ୍ତୁ ବର୍ତମାନ ୧୨ ଟି ଦେଶରେ ତାଙ୍କର ୧୦୦ ରୁ ଉର୍ଧ୍ଵ ବାୟୋଲୋଜିକାଲ ସନ୍ତାନ ରହିଛନ୍ତି l ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ବର୍ତମାନ ମୋର DNA କୁ ଓପନ -ସୋର୍ସ କରିବାର ପ୍ଲାନ କରିଛି, ଯାହାଦ୍ୱାରା ମୋର ବାୟୋଲୋଜିକାଲ ସନ୍ତାନ ମାନେ ଜଣେ ଜଣଙ୍କୁ ଖୋଜି ପାଇଁ ପାରିବେ l
ଏହାପରେ ସେ ଲେଖିଛନ୍ତି ମୁଁ ଜାଣିଚି ଏହା ଗୋଟିଏ ରିସ୍କ କାମ, କିନ୍ତୁ ମତେ ଡୋନାର ହେବାରେ କୌଣସି ପଶ୍ଚାତାପ ନାହିଁ l କାହିଁକି ନା ସାରା ବିଶ୍ୱରେ ବର୍ତମାନ ହେଲଦି ସ୍ପର୍ମ ଗୋଟିଏ ମୁଦା ଭାବରେ ଦେଖା ଦେଇଛି ଏବଂ ମୁଁ ଏଥିପାଇଁ ନିଜକୁ ଗର୍ବିତ ମନେ କରୁଛି l