ନୂଆଦିଲ୍ଲୀ :CBSE ର ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ଫଳାଫଳ ଆଜି ଘୋଷଣା କରାଯାଇଛି l ସାରା ଦେଶରେ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ CBSE ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ l କେନ୍ଦ୍ରୀୟ ମାନବ ସଂସାଧନା ବିକାଶମନ୍ତ୍ରୀ ରମେଶ ପୋଖରିଆଲ ଟ୍ୱିଟର ମାଧ୍ୟମରେ ପରୀକ୍ଷା ଫଳ ବାହାରିଲା ବୋଲି ଜଣାଇଛନ୍ତି l CBSE ପରୀକ୍ଷା ଫଳକୁ ଜାଣିବା ପାଇଁ ଛାତ୍ରଛାତ୍ରୀ ମାନେ ତାର ୱେବ ସାଇଡ଼କୁ ସିଧା ସଳଖ ଯାଇ ନିଜର ରେଜଲ୍ଟ ବିଷୟରେ ଜାଣି ପାରିବେ l
ଛାତ୍ରଛାତ୍ରୀ ମାନେ ନିଜର ଆଡମିଟ କାର୍ଡରେ ଦିଆଯାଇଥିବା ବିବରଣୀକୁ ଦେଇ ରେଜଲ୍ଟ ଦେଖି ପାରିବେ l CBSE ଛାତ୍ରଛାତ୍ରୀ ମାନେ UMANG App ଓ DigiLocker ମାଧ୍ୟମରେ ମଧ୍ୟ ନିଜର ପରୀକ୍ଷାର ଫଳାଫଳ ଜାଣି ପାରିବେ l CBSE ଛାତ୍ରଛାତ୍ରୀ ମାନେ DigiLocker ମାଧ୍ୟମରେ ନିଜର ମାର୍କଲିଷ୍ଟ ମଧ୍ୟ ବାହାର କରି ପାରିବେ l