ପାରାଦୀପରେ ଥିବା ଭାରତୀୟ ତଟରକ୍ଷୀ ବାହିନୀ କଲୋନିରେ ଆଜି ଅପରାହ୍ନରୁ ରାତି ୧୧ଟା ପର୍ଯ୍ୟନ୍ତ ସିବିଆଇର ଚଢ଼ଉ ଜାରି ରହିଛି । ଏ ନେଇ ସବିଶେଷ ତଥ୍ୟ ମିଳିନଥିଲେ ମଧ୍ୟ ଯାହା ଜଣାପଡ଼ିଛି ଯେ, ସିବିଆଇ ଡିଏସ୍ପି ବୈଦ୍ୟନାଥ ସାମଲଙ୍କ ନେତୃତ୍ୱରେ ଏକ ଟିମ୍ ମିଲିଟାରୀ ଇଂଜିନିୟର୍ସ ସର୍ଭିସେସ୍ (ଏମ୍ଇଏସ୍)ର ଯନ୍ତ୍ରୀ ରାଜୀବ ରଂଜନ ରେଡ୍ଡୀ ଘର ଓ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଛି । ଯନ୍ତ୍ରୀ ଶ୍ରୀ ରେଡ୍ଡୀ ବିଦୁ୍ୟତ ବିଭାଗର ଜଣେ ଠିକାଦାର ପବିତ୍ର ପରିଡ଼ାଙ୍କଠାରୁ ୩୦ ହଜାର ଟଙ୍କା ଲାଂଚ ମାଗିଥିଲେ ।
ଏ ନେଇ ଶ୍ରୀ ପରିଡ଼ା ସିବିଆଇ ଅଧିକାରୀଙ୍କୁ ଜଣାଇଥିଲେ । ଫଳରେ ଯୋଜନା ମୁତାବକ ଏହି ଲାଂଚ ଦେବା ବେଳେ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍ ଯନ୍ତ୍ରୀ ଶ୍ରୀ ରେଡ୍ଡୀଙ୍କୁ କାବୁ କରି ନେଇଥିଲେ । ଖବର ଲେଖା ହେବା ବେଳକୁ ମଧ୍ୟ ସିବିଆଇର ଚଢ଼ଉ ଜାରି ରହିଛି । ଏମ୍ଇଏସ୍ ହେଉଛି ଭାରତୀୟ ତଟରକ୍ଷୀ ବାହିନୀର ଏକ ବିଭାଗ । ଏହି ବିଭାଗ ତଟରକ୍ଷୀ ବାହିନୀର ସମସ୍ତ ନିର୍ମାଣ କାର୍ଯ୍ୟ କରିଥାଏ ।