ନୂଆଦିଲ୍ଲୀ : ବ୍ରିଟେନ ଓ ପୋଲାଣ୍ଡ ର କମ୍ପାନୀ Walletmor ଗତ ବର୍ଷ ଗୋଟିଏ ବଡ ଦାବି କରିଥିଲେ , ଏହା ଖୁବ ରୋମାଞ୍ଚକ ଥିଲା l ସେତେବେଳେ କମ୍ପାନୀ ପକ୍ଷରୁ କୁହାଯାଇ ଥିଲା ଯେ ଇମ୍ ପ୍ଲାଣ୍ଟେବଲ ପେମେଣ୍ଟ ଚିପ୍ସ ତିଆରି କରୁଥିବା ପ୍ରଥମ କମ୍ପାନୀ ହେବ l ଯାହାକୁ ନେଇ ସତ୍ୟତା ବର୍ତମାନ ସାମ୍ନା କୁ ଆସିଛି l ବର୍ତମାନ ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ୫୦୦ ଚିପ ବିକ୍ରି ହୋଇ ସାରିଲାଣି l
ଏହି ଚିପର ବିଶେଷତା ହେଉଛି ଆପଣ କ୍ୟାସ ଓ କାର୍ଡ ରେ ଆପଣ ପେମେଣ୍ଟ କରି ପାରିବେ l ସାଧାରଣ କଥାରେ କହିବାକୁ ଗଲେ ଆପଣଙ୍କ ହାତ ଗୋଟିଏ କ୍ରେଡିଟ କାର୍ଡ, ବ୍ୟାଙ୍କିଙ୍ଗ କାର୍ଡ, ଡେବିଟ କାର୍ଡ ଭଳି କାମ କରିବ l ଏଥିପାଇଁ ଆପଣଙ୍କୁ ନିଜ ହାତ କୁ ଗୋଟିଏ କଣ୍ଟାକ୍ଟ ଲେସ ସ୍ୱପ ମେସିନ ପାଖକୁ ନେଇ ଯିବେ ଓ ବିଲ ପେମେଣ୍ଟ କରିଦେବେ l ବିବିସି ର ଗୋଟିଏ ରିପୋର୍ଟ ଅନୁସାରେ , ଏହି walletmor ଚିପ ର ଓଜନ ଏକ ଗ୍ରାମ ରୁ ମଧ୍ୟ କମ ହେବ l ଏହା ଗୋଟିଏ ଚାଉଳ ଦାନା ଆକାରର l
ଏହି ଚିପ ଜରିଆରେ ପ୍ୟାଟ୍ରିକ ପାଉମେନ ନାମକ ବ୍ୟକ୍ତି ଯେଉଁ ସ୍ଥାନକୁ ଯାଆନ୍ତି ସେଠାରେ ପେମେଣ୍ଟ କରନ୍ତି l ସେହି ସମୟ ରେ ସେଠାରେ ତାଙ୍କୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖନ୍ତି l ସେ ମୂଳତଃ ନେଦର ଲ୍ୟାଣ୍ଡ ବାସିନ୍ଦା ଅଟନ୍ତି ଓ ସେ ଜଣେ ସିକ୍ୟୁରିଟି ଗାର୍ଡ l ତାଙ୍କ ହାତରେ ୨୦୧୯ ରେ ଅପରେସନ ଜରିଆରେ ଏହି ଚିପ ଲଗାଯାଇ ଥିଲା l ସେ କହିଛନ୍ତି ଏହି ଚିପ ବ୍ୟବହାର କରିବାରେ କୌଣସି ଅସୁବିଧା ନାହିଁ l