Odisha news

କ୍ୟାପିଟାଲ୍ସର ରୟାଲ ବିଜୟ

0

ଦୁବାଇ, ୬ା୧୦ (ଏଜେନ୍ସି): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଜୟ ରଥ ଅଟକିଛି । ଆଇପିଏଲ୍‌ ୧୯ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୫୯ର ବ୍ୟବଧାନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା କ୍ୟାପିଟାଲ୍ସ ୧୯୬/୪ରନ୍‌ କରିଥିଲା । ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ନିର୍ଦ୍ଦାରିତ ଓଭରରେ ୯ ୱିକେଟ ହରାଇ ୧୩୭ରନ କରିବାକୁ ସମର୍ଥ ହୋଇଥିଲା । କ୍ୟାପିଟାଲ୍ସ ଅକ୍ଷର ପଟେଲଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ ବିବେଚିିତ କରାଯାଇଥିଲା । ଜମାଣିଆ ବିଜୟ ସହ ଦିଲ୍ଲୀ ଦଳ ୫ମ୍ୟାଚରୁ ୮ପଏଣ୍ଟ ପାଇ ଟେବୁଲର ଶୀର୍ଷକୁ ଉଠିଛି । ୧୯୭ରନ୍‌ ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆରମ୍ଭ ସନ୍ତୋଷଜନକ ହୋଇପାରିନଥିଲା । ଓପନର୍‌ ଦେବଦୂତ ପଡିକାଲ ଓ ଆରୋଣ ଫିଞ୍ଚ ପ୍ରଥମ ୱିକେଟ ପାଇଁ ୨୦ରନ୍‌ ସଂଗ୍ରହ କରିଥିଲେ । ପଡିକାଲ ୪ ଓ ଅରୋଣ ଫିଞ୍ଚ ୧୩ରନ କରି ପାଭିଲିୟନ ଫେରିବାପରେ
ଅଧିନାୟକ ବିରାକ କୋହଲି କିଛି ସମୟ ପାଇଁ ଦଳର ବ୍ୟାଟିଂ ମଙ୍ଗ ଧରିଥିଲେ । କୋହଲି ୩୯ ବଲରୁ ୨ଟି ଚୌକା ଓ ଗୋଟିଏ ଛକା ମାରି ୪୩ରନ୍‌ କରିଥିଲେ । କୋହଲିଙ୍କୁ ଦ୍ରୁତ ବୋଲର କାଗିସୋ ରବାଡା ଆଉଟ କରିବାକୁ ସମର୍ଥ ହୋଇଥିଲେ । କୋହଲିଙ୍କ ୱିକେଟ ପତନ ପରେ ବାଙ୍ଗାଲୋର ଦଳର କେବଳ ଉପଚାରିକତା ବାକି ରହିଯାଇଥିଲା । ଏବି ଡିଭିଲିୟର୍ସ- ୯, ମୋଇନ ଅଲ୍ଲୀ-୧୧, ୱଶିଂଟନ୍‌ ସୁନ୍ଦର-୧୭, ଶିବମ୍‌ ଦୁବେ-୧୧, ଇଶୁରୁ ଉଦାନା-୧, ନବଦୀପ ସାଇନି ଅପରାଜିତ ୧୨ରନ୍‌ ଓ ମହମ୍ମଦ ଶିରାଜ ୫ରନ୍‌ କରିଥିଲେ । ଫଳରେ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ଓଭରରେ ୧୩୭/୯ରନ୍‌ କରିବାକୁ ସମର୍ଥ ହୋଇଥିଲା । କ୍ୟାପିଟାଲ୍ସର କାଗିସୋ ରବାଡା ସର୍ବାଧିକ ୪ଟି , ଅନରିଚ ନୋରଟିଜ ଏବଂ ଅକ୍ଷର ପଟେଲ୍‌ ଦୁଇଟି କରିୱିକେଟ ସଫଳତା ହାସଲ କରିଥିଲେ ।

Nalco
Leave A Reply