ସ୍ଥାନ ଅଭାବ ସତ୍ତ୍ୱେ ଟିପିଡବ୍ଲୁଓଡିଏଲ୍ ତରଫରୁ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ନୂତନ ବିଦ୍ୟୁତ୍ ଟ୍ରାନ୍ସଫର୍ମର୍ ସଂସ୍ଥାପନ କରି ସାକ୍ଷୀପଡ଼ା ନ୍ୟୁ ବ୍ୟାଙ୍କ କଲୋନୀ ଅଞ୍ଚଳର ଲୋ-ଭୋଲ୍ଟେଜ୍ ସମସ୍ୟା ଦୂର କରାଯାଇଛି
ବୁର୍ଲା, 21.05.2024: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପିଡବ୍ଲୁଓଡିଏଲ୍ ଏକ ଦାୟିତ୍ୱବାନ ବିଦ୍ୟୁତ୍ ବିତରଣ କମ୍ପାନୀ ଭାବେ ସଦାସର୍ବଦା ଗ୍ରାହକଙ୍କ ସମସ୍ୟା ଏବଂ ଆବଶ୍ୟକତାକୁ ପ୍ରାଥମିକତା ପ୍ରଦାନ କରିଆସୁଛି । ସ୍ଥାନ ଅଭାବ ସତ୍ତ୍ୱେ ମଧ୍ୟ କମ୍ପାନୀ ତରଫରୁ ସାକ୍ଷୀପଡ଼ା ସ୍ଥିତ ନ୍ୟୁ ବ୍ୟାଙ୍କ କଲୋନୀ ବାସୀନ୍ଦାଙ୍କ ପାଇଁ ଏକ ନୂତନ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିଦ୍ୟୁତ୍ ଟ୍ରାନ୍ସଫରମର୍ ସଂସ୍ଥାପନ କରାଯାଇ ଉକ୍ତ ଅଞ୍ଚଳର ଲୋ-ଭୋଲ୍ଟେଜ୍ ସମସ୍ୟାକୁ ଦୂର କରାଯାଇ ପାରିଛି ।
ପ୍ରକାଶଥାଉ କି, ସମ୍ୱଲପୁର ସହରର ସାକ୍ଷୀପଡ଼ା ସ୍ଥିତ ନ୍ୟୁ ବ୍ୟାଙ୍କ କଲୋନୀ ଅଞ୍ଚଳରେ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦା ଯୋଗୁଁ ଉପଭୋକ୍ତାମାନେ କ୍ରମାଗତ ଭାବେ ଲୋ-ଭୋଲଟେଜ୍ ସମସ୍ୟାର ସମ୍ମୁଖୀନ ହେଉଥିଲେ । ତେଣୁ ଉକ୍ତ ଅଞ୍ଚଳରେ ନୂତନ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ (500 କେ.ଭି.ଏ.) ବିଦ୍ୟୁତ୍ ଟ୍ରାନ୍ସଫର୍ମର୍ ପ୍ରତିଷ୍ଠା କରିବା ଜରୁରୀ ହୋଇ ପଡ଼ିଥିଲା । ତେବେ ନୂତନ ଟ୍ରାନ୍ସଫର୍ମର୍ ସ୍ଥାପନ କରିବା ପାଇଁ ଅତିକମରେ 100 ବର୍ଗ ଫୁଟ୍ ଜମି ଏବଂ 11 କେଭି ବିଦ୍ୟୁତ୍ ତାର ବିସ୍ତାର କରିବା ଲାଗି ଉପଯୁକ୍ତ ସ୍ଥାନର ଆବଶ୍ୟକ ରହିଥିଲା । ମାତ୍ରା ସ୍ଥାନ ଅଭାବ ଏବଂ ଅଞ୍ଚଳବାସୀନ୍ଦାଙ୍କ ଅସଯୋଗ ଯୋଗୁଁ ଏହି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିଦ୍ୟୁତ୍ ଟ୍ରାନ୍ସଫରମର୍ ସଂସ୍ଥାପନ କରିବାରେ ଟିପିଡବ୍ଲୁଓଡିଏଲର ସମସ୍ତ ପ୍ରୟାସ ବିଫଳ ହୋଇଥିଲା ।
ପରବର୍ତ୍ତୀ ସମୟରେ ଆବଶ୍ୟକୀୟ ସ୍ଥାନ ଚିହ୍ନଟ ପାଇଁ ଟିପିଡବ୍ଲୁଓଡିଏଲ୍ କର୍ତ୍ତୃପକ୍ଷ ଜିଲ୍ଲାପାଳ ତଥା ରାଜସ୍ୱ ଅଧୀକାରୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ନୂତନ ବିଦ୍ୟୁତ୍ ଟ୍ରାନ୍ସଫରମର୍ ସଂସ୍ଥାପନ ଏବଂ 11 କେ.ଭି. ବିଦ୍ୟୁତ୍ ତାରର ବିସ୍ତାର ପାଇଁ ଉପଯୁକ୍ତ ସ୍ଥାନର ଅଭାବ ଯୋଗୁଁ ଏହି କାର୍ଯ୍ୟ ଦୀର୍ଘ ଦିନ ଧିରି ସମ୍ପର୍ଣ୍ଣ ହୋଇ ପାରୁନଥିଲା । ଏହିପରି ପ୍ରତିକୂଳ ପରିସ୍ଥିତ ମଧ୍ୟରେ ଟିପିଡବ୍ଲୁଓଡିଏଲର ଭୂତାପଡ଼ା ସବ-ଡିଭିଜନରେ କାର୍ଯ୍ୟରତ ଇଞ୍ଜିନିୟରମାନେ ଉକ୍ତ ଅଞ୍ଚଳରେ ଅବସ୍ଥିତ ଥିବା 100 କେ.ଭି. ବିଦ୍ୟୁତ୍ ଟ୍ରାନ୍ସଫରମରକୁ ପରିବର୍ତ୍ତନ କରି 250 କେ.ଭି.ଏ ଟ୍ରାନ୍ସଫର୍ମର ସଂସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଏଥି ନିମନ୍ତେ ପାରିପାଶ୍ୱିକ କାର୍ଯ୍ୟର ଆବଶ୍ୟକତା ଥିବାରୁ ଏବଂ ବିଦ୍ୟୁତ୍ ସରବରାହକୁ ବନ୍ଦ ନକରି, ସମସ୍ତ ସୁରକ୍ଷା ନିୟମକୁ ଅନୁକରଣ କରି ସେଠାରେ ଏକ ପ୍ଲାଟଫର୍ମ ନିର୍ମାଣ କରାଯାଇଥିଲା ଏବଂ 250 କେ.ଭି.ଏ ଟ୍ରାନ୍ସଫର୍ମରକୁ ଅବସ୍ଥାପନ କରି ଗ୍ରାହକମାନଙ୍କୁ ଦୁଇଟି ଟ୍ରାନ୍ସଫର୍ମରରେ ବିଭକ୍ତ କରାଯାଇଥିଲା । ଏହି କାର୍ଯ୍ୟ ଏକ ସ୍ୱତନ୍ତ୍ର ପରିସ୍ଥିତିରେ କମ୍ପାନୀ ତରଫରୁ ସ୍ୱତନ୍ତ୍ର ଯୋଜନା ଭାବରେ କାର୍ଯ୍ୟକାରୀ କରାଯାଇଥିଲା । ଟ୍ରାନ୍ସଫରମର ଦୁଇଟିର ଲୋଡ଼ ଦୁଇ ଭାଗରେ ବିଭକ୍ତ ହୋଇଯିବାରୁ ଗ୍ରାହକମାନଙ୍କ ଆବଶ୍ୟକତା ଅନୁଯାଇ ପୂର୍ବରୁ ଲାଗି ରହିଥିବା ଲୋ-ଭୋଲ୍ଟେଜ୍ ସମସ୍ୟାରେ ଉନ୍ନତି ଆସିଥିଲା । ଏହି ଅବସରରେ ଟିପିଡବ୍ଲୁଓଡିଏଲ ତରଫରୁ ଗ୍ରାହକମାନଙ୍କ ସହଯୋଗ ପାଇଁ ଧନ୍ୟବାଦ କୃତଜ୍ଞତା ଜଣାଯାଉଛି ।