Odisha news

ଶିଶୁ କବିତା ସଙ୍କଳନ “ସୁନା କଣ୍ଢେଇ” ଉନ୍ମୋଚିତ 

0
ବୁଗୁଡା : ତା ୨୦/୦୭/୨୪ : ବୁଗୁଡା ବ୍ଲକ ଅଞ୍ଚଳର ଜଣାଶୁଣା କବି ଓ ଗୀତିକାର ପ୍ରସନ୍ନ କୁମାର ଦାଶଙ୍କ ଦ୍ବାରା ପ୍ରସ୍ତୁତ ଶିଶୁ କବିତା ସଂକଳନ ” ସୁନା କଣ୍ଢେଇ ” ଆଜି ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି  । ଏଥିରେ ଶିଶୁ ଓ କିଶୋର କିଶୋରୀଙ୍କ ନିମନ୍ତେ ଅନେକ ଶିକ୍ଷଣୀୟ ଓ କୌତୁକିଆ ସଚିତ୍ର କବିତା ସନ୍ନିବେଶିତ ହୋଇଛି  । ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହିତ ଅନୁଷ୍ଠାନର ସମ୍ପାଦକ ,ପ୍ରଧାନ ଆଚାର୍ଯ୍ୟ ଓ ଗୁରୁଜୀ-ଗୁରୁମା ଉପସ୍ଥିତ ରହି ପିଲାମାନଙ୍କ ମନରେ ଲେଖାଲେଖି ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଏହା ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ  ।
Govt
Leave A Reply