Odisha news

ନିର୍ବାଚନୀ ପ୍ରଚାର ଶେଷ, ଅନ୍ଧାରି ବିଜେ ଆରମ୍ଭ

0
ବୁଗୁଡା : ତା ୧୯/୦୪/୨୪ : ପୋଲସରା ବିଧାନସଭା ନିର୍ବାଚନ ମେ ୨୦ ତାରିଖ ଦିନ ବୁଗୁଡା ଏନ୍ଏସିର ୧୪ଟି ମତଦାନ କେନ୍ଦ୍ର ସମେତ ବ୍ଲକର ୨୧ଟି ପଞ୍ଚାୟତରେ ୧୨୩ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ୧୮ ତାରିଖ ସଂଧ୍ୟାରୁ ନିର୍ବାଚନ ପ୍ରଚାର ଶେଷ ହୋଇଥ‌ିବା ବେଳେ ଅନ୍ଧାରି ବିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । କେଉଁଠି ଶାଢ଼ୀ ତ କେଉଁଠି ନୋଟ ବଣ୍ଟନ ପାଇଁ ମସୁଧା ଚାଲିଥିବା ଜଣା ପଡିଛି । ନିର୍ବାଚନ ପାଇଁ ମଦ ଦୋକାନ ଗୁଡିକ ବନ୍ଦ ରଖିବା ପାଇଁ ସରକାରୀ ନିର୍ଦେଶ ଥ‌ିବାରୁ ପାଉଚ୍ ମଦ ସାଙ୍ଗକୁ ପେଟି ପେଟି ବିଦେଶୀ ମଦ ବିଭିନ୍ନ ସ୍ଥାନରେ ଗଚ୍ଛିତ ରଖାଯାଇ ମଦୁଆ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରସ୍ତୁତି ସରିଥିବା ଜଣା ପଡିଛି | ଅନ୍ଧାରି ବିଜେକୁ ରୋକିବା ପାଇଁ ବିଭିନ୍ନ ଗାଁରେ ବିଭିନ୍ନ ଦଳ ପକ୍ଷରୁ ଛକାପଞ୍ଝା ପାଇଁ ଯୁବ ଗୋଷ୍ଠୀ ମଧ୍ୟ ପ୍ରସ୍ତୁତ ରହିଥ‌ିବା ଫଳରେ କେତେବେଳେ ଯେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବ ତାହା କହିବା ମୁସ୍କିଲ ହୋଇ ପଡିଛି
Leave A Reply