Odisha news

ଫ୍ୟାକ୍ଟେରୀ ଚାଲିନାହିଁ, ସୁରାଟ ଆସନ୍ତୁ ନାହିଁ ।

0
ବୁଗୁଡା ୧୨/୮ : ବର୍ତ୍ତମାନ ସୁରାଟରେ କୌଣସି ଫ୍ୟାକ୍ଟେରୀ ଚାଲୁହୋଇନାହିଁ। ଦଲାଲମାନଙ୍କ କଥା ଶୁଣି ସୁରାଟ ଆସି ହଇରାଣ ହୁଅନ୍ତୁ ନାହିଁ। ଯେଉଁ କରୋନା ପାଇଁ ନିଜ ଭିଟାମାଟିକୁ ଯାଇଥିଲେ ସେଠାରେହିଁ ରୁହନ୍ତୁ, ବର୍ତ୍ତମାନ ଗୁଜରାଟରେ କରୋନା ସ୍ଥିତ ଗମ୍ଭୀର । ଏହି ବାର୍ତ୍ତା ଦେଇଛନ୍ତି ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ମୁଖ୍ୟ, ସଭାପତି ପ୍ରଦୀପ କୁମାର ସାହୁ। ଅଗଷ୍ଟ ୯ ତାରିଖ ରବିବାର ଦିନ ସୁରତର ଧର୍ତ୍ତି ନଗର ଶାଖା କାର୍ଯ୍ୟାଳୟରେ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସୁରତରେ କୌଣସି ଫ୍ୟାକ୍ଟେରୀ ଚାଲୁ ହୋଇନଥିବା ବେଳେ କେତେକ ଦଲାଲ ଓଡ଼ିଆ ଭାଇମାନଙ୍କୁ ମିଛକଥା କହି ଓଡ଼ିଶାରୁ ସୁରତକୁ ବସ ଯୋଗେ ଆଣୁଥିବା ଖବର ପାଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। କୌଣସି ଓଡ଼ିଆ ଭାଇ ଓଡ଼ିଶାରୁ ଆସି ସୁରତରେ ଅଯଥା ହଇରାଣ ହୁଅନ୍ତୁ ନାହିଁ ବୋଲି ଓଡ଼ିଆ ସମାଜ ପକ୍ଷରୁ ପ୍ରବାସୀ ଓଡ଼ିଆ ଭାଇଙ୍କୁ ଅନୁରୋଧ କରାଯାଇଛି।
ଓଡ଼ିଶା ସରକାର ଓ ପ୍ରଶାସନଙ୍କୁ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି ଯେ ସୁରତରେ ଓଡ଼ିଆ ଶ୍ରମିକମାନଙ୍କୁ ଶ୍ରମଆଇନ ପ୍ରକାରେ ଫ୍ୟାକ୍ଟେରୀ ମାଲିକମାନେ ସମସ୍ତ ସୁବିଧା ସୁଯୋଗ ଯୋଗାଇବାକୁ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ। ବିଭିନ୍ନ ଜିଲ୍ଲା ପ୍ରଶାସନ ସୁରତ ପ୍ରଶାସନ ସହ ଆଲୋଚନା କରି ଶ୍ରମିକଙ୍କୁ ନେବାକୁ କୌଣସି ବସକୁ ଅନୁମତି ନଦେବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ସୁରତ ମହାନଗରର ୬୦ ଲକ୍ଷ ଲୋକଙ୍କ ମଧ୍ୟରୁ ୧୮ ଲକ୍ଷ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିଥିବା ବେଳେ ବର୍ତ୍ତମାନ ଏଠାରେ ଥିବା ୪୦ ଲକ୍ଷ ଲୋକଙ୍କ ମଧ୍ୟରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ସୁରତ ପ୍ରଶାସନ ସେବା ଯୋଗାଇବାରେ କଷ୍ଟସାଧ୍ୟ ହେଉଥିବା ବେଳେ ବର୍ତ୍ତମାନ ସୁରାଟ ଆସି ଉଭୟ ଓଡ଼ିଶା ଓ ଗୁଜରାଟ ସରକାରଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ଦିଅନ୍ତୁ ନାହିଁ ବୋଲି ମତ ଦେଇଛନ୍ତି।
  ସୁରତରେ କରୋନା ସ୍ଥିତ ଆଣାୟତ ହେବା ଯୋଗୁଁ ଯେଉଁ କେତୋଟି ଫ୍ୟାକ୍ଟେରୀ ଚାଲିଥିଲା ତାହା ପୁଣି ବନ୍ଦ ହୋଇଗଲାଣି।ଏହି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର ଶ୍ରମିକମାନଙ୍କୁ ପ୍ରଲୋଭନ ଦେଖାଇ ସୁରାଟ ପଠାଉଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି। ପ୍ରବାସୀ ଓଡ଼ିଆ ସମାଜର ଏହି ବୈଠକରେ ବିଭିନ୍ନ ଅଞ୍ଚଳ ଶାଖାର କାର୍ମକର୍ତ୍ତା ଓ ସଂଗଠକ ହୃଷିକେଶ ଗୋବିନ୍ଦ ପାତ୍ର,ପ୍ରଦୀପ ସାହୁ, ମନୋରଞ୍ଜନ ବାରିକ(ମୁନା ଭାଇ),ବିରଞ୍ଚି ବିଶ୍ୱାଳ, ଭାଗିରଥି ବେହେରା, ଶ୍ରୀକାନ୍ତ ବିଜୟ କହଁର, ଏ.ରାଜେନ୍ଦ୍ର ପାତ୍ର, କରୁଣାକର ଭଞ୍ଜ, ଆକୁଳ ଦାଶ, ଜଗନ୍ନାଥ ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ବେହେରା, ମୁନା ସାହୁ, ଗୋପୀନାଥ ଲେଙ୍କା, ଜୟରାମ ବିଷୋୟୀ, କାର୍ତ୍ତିକ ସ୍ଵାଇଁ, ନୀଳାଞ୍ଚଳ ଦଳେଇ, ବିଷ୍ଣୁ ସ୍ଵାଇଁ, ସୀମାଞ୍ଚଳ ପାଢ଼ୀ, ବସନ୍ତ ପ୍ରଧାନ,ଓ ନାରାୟଣ ପ୍ରଧାନ  ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Leave A Reply