ବୁଗୁଡ଼ା : ତା ୧୧/୦୭/୨୨ : ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରା ଓ ସୁନାବେଶ ଅବସରରେ ପିକେ ଓଡ଼ିଆ ମ୍ୟୁଜିକ୍ ଆନୁକୁଲ୍ୟରେ ଏକ ଭାବଭକ୍ତିଭରା ଭଜନ କ୍ଯାସେଟ୍ “ଭକ୍ତି ନୈବେଦ୍ୟ”ର ଲୋକାର୍ପଣ ଉତ୍ସବ ବୁଗୁଡ଼ା ବଡଦାଣ୍ଡ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ରାଜ୍ୟ ସରକାରଙ୍କ ଶ୍ରମ, ନିଯୁକ୍ତି ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ “ଭକ୍ତି ନୈବେଦ୍ୟ” ଭଜନ ମାଳାକୁ ୟୁଟୁବ୍ ମାଧ୍ୟମରେ ଲୋକାର୍ପିତ କରିଥିଲା ବେଳେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଶ୍ରୀମତୀ ସୁନନ୍ଦା ଦାଶଙ୍କ ଦ୍ଵାରା ପ୍ରାୟୋଜିତ ଏହି କ୍ଯାସେଟରେ ଛଅଟି ଭଜନ ରହିଥିବା ବେଳେ ଏହାର ଗୀତିକାର- ପ୍ରସନ୍ନ କୁମାର ଦାଶ , ସଙ୍ଗୀତକାର – ରୁତୁରାଜ ବସନ୍ତ , ନିର୍ଦ୍ଦେଶକ – ସୂର୍ଯ୍ୟ ନାରାୟଣ ଆଚାରୀ , ସଙ୍ଗୀତ ପରିଚାଳକ-ବିଭୁ ପ୍ରସାଦ ରହିଛନ୍ତି ଏବଂ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ରବିନ୍ଦ୍ର ମହାପାତ୍ର , ଶ୍ରୀଚରଣ ମହାନ୍ତି , ମନ୍ମଥ ମିଶ୍ର , ଶ୍ରୀକର ପାଢୀ , ସୌରଭ ନାୟକ ଓ ସୁଶ୍ରୀ ଝରଣା ପ୍ରମୁଖ କଣ୍ଠଦାନ କରିଛନ୍ତି ।