ବୁଗୁଡ଼ା : ତା ୧୧/୦୭/୨୨ : ସ୍ଥାନୀୟ ନିକୁଞ୍ଜ ମୋହନ ଯୁବକ ସଂଘ ପକ୍ଷରୁ ପବିତ୍ର ଏକାଦଶୀ ଉପଲକ୍ଷେ ରବିବାର ରାତିରେ ବଡଦାଣ୍ଡଠାରେ ନାଟକ “କହିବି କାହାକୁ ଶୁଣିବ କିଏ” ମଞ୍ଚସ୍ଥ ହୋଇଯାଇଛି । ଉକ୍ତ ନାଟକର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ଶ୍ରମ, ନିଯୁକ୍ତି ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ , ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ , ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରା , ସାଂସଦ ପ୍ରତିନିଧି ବସନ୍ତ କୁମାର ଦଳେଇଙ୍କ ସମେତ କାଉନସିଲରବୃନ୍ଦ ଯୋଗ ଦେଇ ନାଟ୍ଯ କଳାକାରମାନନଙ୍କୁ ଉତ୍ସାହିତ କରିଥିଲେ । ସ୍ଥାନୀୟ କଳାକାରଙ୍କ ଦ୍ଵାରା ପ୍ରଦର୍ଶିତ ଉକ୍ତ ନାକଟକୁ ଦର୍ଶକ ମନଭରି ଉପଭୋଗ କରିଥିଲେ ।