ବୁଗୁଡ଼ା : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଥିଓରି ପରୀକ୍ଷା ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେଉଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନପତ୍ର ଗୁଡିକ ବୁଗୁଡ଼ା ପିପୁଲ୍ସ କଲେଜ ହବ ସେଣ୍ଟରରେ ପହଞ୍ଚିବା ପରେ ତାହା ୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପହରା ସହ ଗଚ୍ଛିତ ରହିଥିବା ଜଣାଯାଇଛି । ଏହି ହବ ସେଣ୍ଟର ଅଧୀନସ୍ଥ ୪ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ବିଜ୍ଞାନର ୩୭ ଓ କଳାର ୩୦୭ ପରୀକ୍ଷାର୍ଥୀ , ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ବିଜ୍ଞାନର ୩୩ ଓ କଳାର ୧୭୩ ପରୀକ୍ଷାର୍ଥୀ , ଶ୍ରୀ ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୁଗୁଡ଼ା କେନ୍ଦ୍ରରେ କେବଳ କଳାର ୧୯୧ ପରୀକ୍ଷାର୍ଥୀ ଏବଂ ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୁଗୁଡ଼ା କେନ୍ଦ୍ରରେ ବିଜ୍ଞାନର ୧୨୮ ଓ କଳାର ୫୫୫ ପରୀକ୍ଷାର୍ଥୀଙ୍କ ସହିତ ଧନ୍ଦାମୂଳକ ଶିକ୍ଷାର ୧୬ ଜଣ ବିଦ୍ଯାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି ।
ପରୀକ୍ଷାର ସୁପରିଚାଳନା ନିମନ୍ତେ ତ୍ରିସ୍ତରୀୟ ସ୍କାର୍ଡ଼ ବ୍ୟବସ୍ଥା ହୋଇଛି । ହବ୍ ସେଣ୍ଟରର ପର୍ଯ୍ଯବେକ୍ଷକ ଭାବେ ଅଧ୍ଯକ୍ଷ ରଜନୀ କାନ୍ତ ଦାଶ ଓ ସହ-ପର୍ଯ୍ଯବେକ୍ଷକ ଭାବେ ଅଧ୍ଯାପକ ସୁଶାନ୍ତ କୁମାର ସାହୁ ଦାୟିତ୍ବ ନିର୍ବାହ କରୁଥିବା ଜଣାଯାଇଛି ।