ବୁଗୁଡା : ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ଚଳିତ ମାସ ୫ ତାରିଖରୁ ଆୟୋଜିତ +୨ ସ୍ତରୀୟ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଆଜି ଉଦଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ସମ୍ମାନିତ ଅତିଥି ଭାବେ ବୁଗୁଡା ବ୍ଳକ ଅଧ୍ଯକ୍ଷା ପ୍ରିୟଦର୍ଶିନୀ ଆଚାରୀ, କଲେଜ ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ ଓ ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମର ନୋଡାଲ୍ ଅଧିକାରୀ ବ୍ରହ୍ମପୁର ଖଲିକୋଟ କଲେଜର ଅଧ୍ଯାପକ ଅମ୍ରିତ୍ ସେଠୀ ଯୋଗ ଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ଗ୍ରହଣର ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ଯାପକ ପ୍ରଦୀପ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଅଧ୍ଯାପକ ଆତ୍ମ ପ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ଯପକ୍ଷରେ କାର୍ଯ୍ୟକ୍ରମର ସଂଯୋଜିକା ଶ୍ରୀମତୀ ରଶ୍ମିତା କୁମାରୀ ପଟ୍ଟନାୟକ ସ୍ବାଗତ ସମ୍ଭାଷଣ ଏବଂ ତାଲିମ୍ ଶିବିରର ଉଦେଶ୍ଯ ଜ୍ଞାପନ କରିଥିଲେ । ପ୍ରକାଶ ଯୋଗ୍ୟ ଯେ , ଉକ୍ତ ତାଲିମ ଶିବିରରେ ୧୮୬ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ମାଷ୍ଟର ଟ୍ରେନର୍ ସମିତା ଜେନା ଓ ପୂଜାରାଣୀ ସ୍ବାଇଁ ସେମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।