ବୁଗୁଡ଼ା:-ଓଡିଆ ଭାଷା,ସାହିତ୍ୟ,କଳା ସଂସ୍କୃତିର ସଫଳ ଗବେଷକ ତଥା ଉତ୍ତର ଆଧୁନିକତାର ବାର୍ତ୍ତା ବହ , ଓଡ଼ିଆ ଭାଷାକୁ ନୂତନ ଦୀଗ୍ ଦର୍ଶନ ଦେଉଥିବା ସଫଳ ନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ସଦସ୍ୟ ଏବଂ ଛାତ୍ର ବତ୍ସଳ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ପ୍ରତିଷ୍ଠାନର ସଭାପତି ତଥା ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈାରହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ବରିଷ୍ଠ ସାହିତ୍ୟିକ ତଥା କବି ଅନନ୍ତ କର, ଶିକ୍ଷା ବିତ୍ ଗୈାରୀ ଶଙ୍କର ମିଶ୍ର, ପ୍ଳସ୍ ଷ୍ଟାର ଗ୍ରୁପ୍ ର ନିର୍ଦ୍ଦେଶକ ତଥା ଯୁବ ଶିଳ୍ପଦ୍ୟୋଗୀ ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ, ଶିକ୍ଷକ ସନ୍ତୋଷ କୁମାର ସେଠୀ, କାର୍ତ୍ତିକେଶ୍ବର ବିଷୋୟୀ, ସହକାରୀ ଶିକ୍ଷକ ବସନ୍ତ କୁମାର ସାହୁ,ଜୁଡିସିଏଲ୍ ସହାୟକ ଅଭିମନ୍ୟୁ ଡାକୁଆ,ଖଲି ପରିଡା,ଜି.ରାଜେଶ୍ବର ପାତ୍ର, କୈଳାଶ ଚନ୍ଦ୍ର ପ୍ରଧାନ, ସହକାରୀ ଶିକ୍ଷକ ଇ.ନୀଳାଞ୍ଚଳ ପାତ୍ର ପ୍ରମୁଖ ଯୋଗଦେଇ ପ୍ରଫେସର ସ୍ବର୍ଗତ ଦେବୀ ପ୍ରସନ୍ନଙ୍କ ସ୍ମୃତି ଚାରଣ କରି ଓଡ଼ିଆ ସାହିତ୍ୟ ଜଗତରୁ ଏକ ଉଜ୍ବଳ ତାରକାର ବିଲୟ ଘଟିଲା ବୋଲି ମତ ବ୍ୟକ୍ତ କରିଥିଲେ। ପ୍ରତିଷ୍ଠାନ ପକ୍ଷରୁ ପ୍ରଫେସର ପଟ୍ଟନାୟକଙ୍କ ତୈଳ ଚିତ୍ରରେ ବହୁ କବି ସାହିତ୍ୟିକ ତଥା ବୁଦ୍ଧିଜୀବି ମାନେ ପୁଷ୍ପ ପ୍ରଦାନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପରଲୋକ ଗତ ପବିତ୍ର ଆତ୍ମାର ସଦ୍ ଗତି କାମନା କରିଥିଲେ । ଶେଷରେ ଇ.ବାଳକୃଷ୍ଣ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।