Odisha news

“ମୋ ସ୍କୁଲ – ସ୍ମାର୍ଟ କ୍ଳାସ” କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ଅତିରିକ୍ତ ଜିଲ୍ଲାପାଳ

ବୁଗୁଡା ୧୦/୦୭/୨୧ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ସେସ ପୋଲସରା ବ୍ଲକ ଓ ବୁଗୁଡା ବ୍ଲକ ଗସ୍ତରେ ଆସି ପ୍ରତ୍ୟେକ ବ୍ଳକର ତିନିଟି ଲେଖାଏଁ ୬ ଗୋଟି ସ୍କୁଲରେ ମୋ ସ୍କୁଲ ଯୋଜନାରେ ସ୍ମାର୍ଟ କ୍ଳାସ ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ଫେରିଥିବା ଜଣାପଡ଼ିଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସେସ ପ୍ରଥମେ ପୋଲସରା ବ୍ଲକର  ୩ ଟି ସ୍କୁଲ ପରିଦର୍ଶନ କରି ସେଠାରୁ  ବୁଗୁଡା ବ୍ଲକ ଗସ୍ତରେ ଆସିଥିଲେ। ବୁଗୁଡା ବ୍ଳକର ଗୋଲିଆ ଓଡିଶା ଆଦର୍ଶ ବିଦ୍ୟାଳୟ, ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଓ ବାଲିପଦର ଉଚ୍ଚ ବିଦ୍ୟାଳୟ ପରିଦର୍ଶନକରି ସ୍ମାର୍ଟ କ୍ଳାସ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ।

ପରିଦର୍ଶନ ସମୟରେ ଏଡିଏମ ଙ୍କ ସହ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା  ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼, ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଏବଂ କନିଷ୍ଠ  ଯନ୍ତ୍ରୀ ରବୀନ୍ଦ୍ର ପଣ୍ଡା ଓ ସୁନୀଲ କୁମାର ଜାନୀ ଉପସ୍ଥିତ ରହିଥିଲେ। ବୁଗୁଡ଼ ବ୍ଲକର ଗୋଲିଆ ଓଏଭି ଅଧ୍ୟକ୍ଷ, ମାଣିତର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ଓ ବରିଷ୍ଠ କିରାଣୀ ଭଗବାନ ଜେନା ଏବଂ ବାଲିପଦର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୃନ୍ଦଙ୍କ ସହ ଆଲୋଚନା କରିଥିଲେ। ବ୍ଲକର ସ୍ମାର୍ଟ କ୍ଳାସ କାର୍ଯ୍ୟ ଅତିଶୀଘ୍ର ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ ।

Nalco

Comments are closed.