ଭୁବନେଶ୍ୱର ତା:୦୬.୦୭ : ଡି.ଏଭି କଳିଙ୍ଗ ନଗରରେ ୨୫ତମ ପ୍ରତିଷ୍ଠା ଦିବସ କରୋନା ନିୟମ ପାଳନପୂର୍ବକ ଭର୍ଚୁଆଲ ପ୍ଲାଟଫର୍ମରେ ପାଳିତ ହୋଇଯାଇଛି । ଅନ୍ଲାଇନ ଶିକ୍ଷାଦାନ ପଦ୍ଧତି ଶିକ୍ଷା ଜଗତରେ ଏକ ବିରଳ ଦୃଷ୍ଟାନ୍ତ ବୋଲି ମୁଖ୍ୟଅତିଥି ରୂପେ ଯୋଗ ଦେଇ ଡି.ଏ.ଭି କଲେଜ୍ ମ୍ୟାନେଜିଙ୍ଗ୍ କମିଟିର ଡାଇରେକ୍ଟର (ପି.ଏସ୍ – ୨ ଆଣ୍ଡ୍ ଏକାଡେମିକ୍ସ) ଡକ୍ଟର ନିଶା ପେଶିନ୍ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । କରୋନା ମହାମାରୀ ସମୟରେ ଯାନ୍ତ୍ରିକ କଳାକୌଶଳକୁ ଖୁବ୍ ଶୀଘ୍ର ଆପଣେଇ ଡି.ଏ.ଭି ବିଦ୍ୟାଳୟ ସମୂହର ଶିକ୍ଷକଶିକ୍ଷୟିତ୍ରୀମାନେ ନିରବଚ୍ଛିନ୍ନଭାବେ ଶିକ୍ଷାଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ମଧ୍ୟ କହିଥିଲେ ।
ଏହି ପରିପ୍ରେକ୍ଷୀରେ ଡି.ଏ.ଭି ଓଡିଶା ଜୋନ୍ – ୧ର ଆଞ୍ଚଳିକ ନିଦେ୍ର୍ଦଶକ ଡକ୍ଟର କେଶବ ଚନ୍ଦ୍ର ଶତପଥୀ ବିଦ୍ୟାଳୟ ସହିତ ଜଡିତ ନିଜର ଅନୁଭବ ମନେପକାଇବା ସହିତ, ନିରନ୍ତର ସାଧନା ହିଁ ସଫଳତା ବୋଲି ମତବ୍ୟକ୍ତ କରିଥିଲେ । ଡି.ଏ.ଭି ବିଦ୍ୟାଳୟମାନଙ୍କରେ ମୂଲ୍ୟବୋଧଭିତ୍ତିକ ଶିକ୍ଷା ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କ ଚରିତ୍ର ନିର୍ମାଣ କରାଯାଉଥିବାରୁ ଉଚ୍ଚ ପ୍ରଶଂସା କରିଥିଲେ । ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା ନିଜ ବକ୍ତବ୍ୟରେ ବିଦ୍ୟାଳୟର ସାମୂହିକ ବିକାଶ ନିମନ୍ତେ ପ୍ରଚେଷ୍ଟା କରିବା ପାଇଁ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ରୌପ୍ୟ ଜୟନ୍ତୀର ଶୁଭାରମ୍ଭସ୍ୱରୂପ ଲୋଗୋ ଏବଂ ମୁଖପତ୍ର ଉନ୍ମୋଚିତ ହୋଇଥିଲା । ବୈଦିକ ରୀତିରେ ଯଜ୍ଞ, ସାମୂହିକ ସଂଗୀତ ଏବଂ ନୃତ୍ୟାଦି ପରିବେଶଣ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ୍ କୁମାର ସାହୁ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ଏହି ଉସôବରେ ଅନ୍ୟମାନଙ୍କ ମଧ୍ୟରେ ଡି.ଏ.ଭି ଜୋନ୍ – ୧ର ଆଞ୍ଚଳିକ ସହ ନିଦେ୍ର୍ଦଶିକା ଡକ୍ଟର ସୁଜାତା ସାହୁ, ଡି.ଏ.ଭି ଚନ୍ଦ୍ରଶେଖରପୁରର ଭାଇସ୍ ଚେୟାରମ୍ୟାନ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ର, ଡି.ଏ.ଭି ପୋଖରୀପୁଟର ଚେୟାରମ୍ୟାନ ଶ୍ରୀଯୁକ୍ତ ଅରୁଣ କୁମାର ରଥ, ଡି.ଏ.ଭି ୟୁନିଟ୍ – ୮ର ଚେୟାରମ୍ୟାନ ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ, ବିଦ୍ୟାଳୟର ମ୍ୟାନେଜର ଡକ୍ଟର ଭାଗ୍ୟବତୀ ନାୟକ, ପରିଚାଳନା କମିଟିର ସଦସ୍ୟବୃନ୍ଦ, ଡି.ଏ.ଭି ଶିକ୍ଷାନୁଷ୍ଠାନ ଜୋନ୍ – ୧ ଏବଂ ୨ ର ସମସ୍ତ ଅଧ୍ୟକ୍ଷ/ଅଧ୍ୟକ୍ଷା, ସହୋଦୟ ବିଦ୍ୟାଳୟ ସମୂହର ଅଧ୍ୟକ୍ଷ/ଅଧ୍ୟକ୍ଷା, ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ସର୍ବୋପରି ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁରୂପେ ସମ୍ପାଦିତ ହେବା ସହିତ ଏହାର ୟୁଟ୍ୟୁବ୍ ମାଧ୍ୟମରେ ସିଧାପ୍ରସାରଣ କରାଯାଇଥିଲା ।
Comments are closed.