ବୁଗୁଡ଼ା ୦୨/୧୦ ପ୍ରେମିକାର ଗତକାଲି ଅନ୍ୟ ଜଣକ ସହ ନିର୍ବନ୍ଧ ହୋଇଯିବାରୁ ପ୍ରେମିକ ଗତ ରାତିରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛି। ବୁଗୁଡ଼ା ଥାନା ଜେକ ଗ୍ରାମର ଯୁବକ ବଲରାମ ନାୟକ (୨୮) ସେହି ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରି ଆସୁଥିଲା ବଲରାମ ନିଜ ପ୍ରେମିକାକୁ ବାହା ହବବୋଲି ଜିଦ୍ ଧରିଥିଲା ହେଲେ ପରିବାର ପକ୍ଷରୁ ବଲରାମ କୁ ବିରୋଧ କରାଯାଇଥିଲା। ଗତ କାଲି ପ୍ରେମିକାର ନିର୍ବନ୍ଧ ଅନ୍ୟ ଜଣେ ପୁଅ ସହ ହୋଇଯିବା ଯୋଗୁଁ ଦିନସାରା ବଲରାମ ବିଫଳ ହୋଇ ପାଗଳ ଭଳି ହୋଇଯାଇଥିଲା।
ଗତ ରାତିରେ ଘରେ ସମସ୍ତେ ଶୋଇପଡ଼ିବା ପରେ ସେ ନିକଟସ୍ଥ ଆମ୍ବ ତୋଟାକୁ ଯାଇ ଏକ ଆମ୍ବ ଗଛ ଡାଳରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲା। ବଲରାମ ଙ୍କ ବାପା ଜୟ ପୋଲିସରେ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବଳରାମ ର ମୃତ ଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ଭଞ୍ଜନଗର ପଠାଯାଇଥିବା କହିଛନ୍ତି ଆଇ ଆଇ ସି ଚିତ୍ତରଞ୍ଜନ ବେହେରା ଆଇ ଆଇ ସି ଙ୍କ ନିର୍ଦ୍ଦେଶରେ ଏସ୍. ଆଇ କାର୍ତ୍ତିକ ନାୟକ ଘଟଣା ସ୍ଥଳକୁ ଯାଇଥିଲେ। ପୋଲିସ ଏନେଇ ୩୩/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।